fbpx

ପରାଜୟ ସ୍ୱୀକାର କରି ଆପକୁ ଶୁଭେଚ୍ଛା ଜଣାଇଲା କଂଗ୍ରେସ

ନୂଆଦିଲ୍ଲୀ,୧୧ ।୨: ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିଜର ଶକ୍ତି ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଅନ୍ୟପଟେ ୨୦୧୫ ଭଳି ୨୦୨୦ରେ ବି ଦିଲ୍ଲୀରେ ଗୋଟିଏ ହେଲେ ଆସନ କଂଗ୍ରେସ ଜିତି ପାରିବ ନାହିଁ ବୋଲି ଭୋଟ ଗଣତି ଟ୍ରେଣ୍ଡରୁ ଜଣାପଡିଛି । ଟ୍ରେଣ୍ଡ ଅନୁଯାୟୀ, ଆପ ୫୮ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ଲିଡ୍‌ କରୁଛି । କିନ୍ତୁ କଂଗ୍ରେସ ହାତରେ ଗୋଟିଏ ବି ଆସନ ନାହିଁ।

ଦିଲ୍ଲୀରେ ପରାଜୟ ସ୍ୱୀକାର କରି ଆପକୁ ଶୁଭେଚ୍ଛା ଜଣାଇଛି କଂଗ୍ରେସ । କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ, ‘ଆପ ତୃତୀୟ ଥର ସରକାର କରିବା ବୋଲି ସମସ୍ତେ ଜାଣିଥିଲେ । ବିଜେପିର ସାଂପ୍ରଦାୟିକ ଏଜେଣ୍ଡା ବିରୋଧରେ ଆପକୁ ଭୋଟ ମିଳିଛି । କଂଗ୍ରେସର ପରାଜୟ ଭଲ ବାର୍ତ୍ତା ଦେବ ନାହିଁ । ମୁଁ କେଜ୍ରିୱାଲଙ୍କୁ ଶୁଭେଚ୍ଛା ଜଣାଉଛି। ବିଜେପିର ସାଂପ୍ରଦାୟିକ ଏଜେଣ୍ଡା ବିପକ୍ଷରେ ଆପର ବିଜୟ ହୋଇଛି। ‘

Get real time updates directly on you device, subscribe now.