fbpx

୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮ ।୧୨(ଓଡିଶା ଭାସ୍କର): ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ଅପରାହ୍ନରେ ରାଷ୍ଟ୍ରପତି ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ସହ ୧୫୦ ତମ ଗାନ୍ଧୀ ଜୟନ୍ତୀ ସମାରୋହରେ ମଧ୍ୟ ସାମିଲ ହେବେ ନବୀନ । ସେହିପରି ମୁଖ୍ୟମନ୍ତ୍ରୀ ୨୦ ଓ ୨୧ରେ କେନ୍ଦ୍ର ନିକଟରେ ବକେୟା କାମର ତଦାରଖ କରିବେ ।

ତେବେ ସମସ୍ତ କାମ ସମାପ୍ତ କରି ଡିସେମ୍ବର ୨୨ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଓଡିଶା ଫେରିଆସିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.