fbpx

ନିର୍ଭୟା ମାମଲା, ଘୁଞ୍ଚିଲା ଫାଶୀ ଶୁଣାଣି

ନୂଆଦିଲ୍ଲୀ, ୧୮ା୧୨: ନିର୍ଭୟା ମାମଲାକୁ ନେଇ ପଟିୟାଲା ହାଉସ କୋର୍ଟରେ ଶୁଣାଣିକୁ ସ୍ଥଗିତ ରଖାଯାଇଛି । ଜାନୁଆରୀ ୭ଯାଏଁ ଶୁଣାଣିକୁ ସ୍ଥଗିତ ରଖିଛନ୍ତି ପଟିୟାଲା ହାଉସକୋର୍ଟ । ୪ ଦୋଷୀଙ୍କ ବିରୋଧରେ ନୋଟିସ ଜାରି କରନ୍ତୁ ଜେଲ ପ୍ରଶାସନ ବୋଲି କୋର୍ଟ କହିଛନ୍ତି । ଦୋଷୀଙ୍କ ଫାଶୀ ପାଇଁ ତାରିଖ ଘୋଷଣା କରିବାକୁ ଆବେଦନ ହୋଇଛି । ରାଷ୍ଟ୍ରପତି ରାଜକ୍ଷମା ଆବେଦନ ଖାରଜ କରିଲା ପରେ ମୃତ୍ୟୁ ପରୱାନା ଜାରି ହେବ ବୋଲି ସୂଚନା ମିଳିଛି । ଦୋଷୀ ଅକ୍ଷୟ ସିଂହର ଫାଶୀଦଣ୍ଡକୁ ଆଜି କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସେପଟେ କୋର୍ଟରେ ବିଚାରପତିଙ୍କ ଆଗରେ ନିର୍ଭୟାଙ୍କ ମାଆ କାନ୍ଦି ପକାଇଥିଲେ । ବର୍ଷେ ଧରି ଏଣେତେଣେ ବୁଲୁଥିବା କଥା ମଧ୍ୟ କୋର୍ଟକୁ ଜଣାଇଛନ୍ତି ।

ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଆଜି ରାୟ ଶୁଣାଇଥିଲେ ସୁପ୍ରିମକୋର୍ଟ । ଅଭିଯୁକ୍ତ ଅକ୍ଷୟ ସିଂହର ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଅକ୍ଷୟର ଫାଶୀଦଣ୍ଡାଦେଶ କାଏମ ରଖିଲେ ସୁପ୍ରିମକୋର୍ଟ । ଜଷ୍ଟିସ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଥିଲା । ଏନେଇ ଦସ୍ତାବିଜ ଦାଖଲ ପାଇଁ ଦୁଇ ପକ୍ଷଙ୍କୁ ୩୦ମିନିଟ ସମୟ ଦିଆଯାଇଥିଲା । ପୂର୍ବରୁ ଦୋଷୀ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିଲା ।

Get real time updates directly on you device, subscribe now.