fbpx

ଫାଶୀ ଉପରେ ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ,୧୮ ।୧୨: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ନିର୍ଭୟା ମାମଲାର ଶୁଣାଣି ଆରମ୍ଭ ହୋଇଛି । ନିର୍ଭୟାଙ୍କ ମାଆ-ବାପାଙ୍କ ଆବେଦନ ଉପରେ ଶୁଣାଣିଜାରି ରହିଛି । ଦୋଷୀଙ୍କ ଫାଶୀ ପାଇଁ ତାରିଖ ଘୋଷଣା କରିବାକୁ ଆବେଦନ ହୋଇଛି । ରାଜକ୍ଷମା ଆବେଦନ ପାଇଁ ଚାହୁଁନି ମୁକେଶ । ଦୋଷୀ ବିନୟ ରାଜକ୍ଷମା ଆବେଦନ ଫେରାଇ ନେଇଛି ବୋଲି ଜେଲ ଅଧିକାରୀ କହିଛନ୍ତି ।

ଅନ୍ୟପଟେ ଦୋଷୀ ଅକ୍ଷୟ ସିଂହର ଫାଶୀଦଣ୍ଡକୁ ଆଜି କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ଯେକୌଣସି ମୁହୂର୍ତ୍ତରେ ୪ ଦୋଷୀଙ୍କ ମୃତ୍ୟୁ ପରୱାନା ଜାରି ହୋଇପାରେ । ଅଭିଯୁକ୍ତ ଅକ୍ଷୟ ସିଂହର ପୁନର୍ବିଚାର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ଭାନୁମତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠରେ ଏହି ଶୁଣାଣି ହୋଇଛି । ଏନେଇ ଦସ୍ତାବିଜ ଦାଖଲ ପାଇଁ ଦୁଇ ପକ୍ଷଙ୍କୁ ୩୦ମିନିଟ ସମୟ ଦିଆଯାଇଥିଲା । ପୂର୍ବରୁ ଦୋଷୀ ଅକ୍ଷୟ, ପୱନ, ବିନୟ ଓ ମୁକେଶଙ୍କୁ ଫାଶୀ ଦଣ୍ଡାଦେଶ ମିଳିଥିଲା ।

ଉଲ୍ଲେଖ ଯୋଗ୍ୟ ଯେ ୧୬ ଡିସେମ୍ବର ୨୦୧୨ ଦିନ ନିର୍ଭୟା ପୀଡିତା ଏକ ଚଳଚ୍ଚିତ୍ର ଦେଖି ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକା ଠାରୁ ଦ୍ୱାରକାସ୍ଥ ଘରକୁ ଫେରୁଥିଲେ । ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ । ଏହାର ସୁଯୋଗ ନେଇ ଛଅଜଣ ଅପରାଧୀ ପୀଡିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ । ଏଥିରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏପରିକି ଚଳନ୍ତା ବସରେ ସେମାନେ ପୀଡିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ନିର୍ଯାତନା ସହି ନ ପାରି ପୀଡିତା ଅଚେତ ହୋଇପଡିଲେ । ପରିଶେଷରେ ସେମାନେ ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇ ଚାଲିଯାଇଥିଲେ ।

Get real time updates directly on you device, subscribe now.