fbpx

ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭ ।୧୧(ଓଡିଶା ଭାସ୍କର): ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ସହ ଆଜି ଦିନ ସାଢ଼େ ୧୧ଟାରେ ଟେଲିଫୋନ୍‌ ମାଧ୍ୟମରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ବାଭିମାନ ଅଞ୍ଚଳ ବାସିନ୍ଦାଙ୍କ ଦୁଃଖ ସୁଖ ବୁଝିବେ ମୁଖ୍ୟମନ୍ତ୍ରୀ । ଅଞ୍ଚଳର ବିକାଶ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏହି ଅବସରରେ ମୋବାଇଲ୍‌ ବଣ୍ଟନ କାର୍ଯ୍ୟକ୍ରମ ମଧ୍ୟ ରହିଛି । ସ୍ଥାନୀୟ ୯ଟି ପଞ୍ଚାୟତର ପ୍ରତ୍ୟେକ ବ୍ୟକ୍ତିଙ୍କୁ ୪-ଜି ମୋବାଇଲ ଫୋନ ବଣ୍ଟନ କରିବେ। ଫଳରେ ପିଲାଏ ଅନଲାଇନରେ ପାଠ ପଢିବା ସହ ସରକାରୀ ଯୋଜନାର ଲାଭ ପାଇପାରିବେ।

ତେବେ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳରେ ଗମନାଗମନର ବ୍ୟବସ୍ଥା ସହ ଟେଲି କମ୍ୟୁନିକେସନର ବ୍ୟବସ୍ଥା କରିଛନ୍ତି ସରକାର। ସ୍ଥାନୀୟ ଅଞ୍ଚଳରେ ୧୪ଟି ନୂଆ ରାସ୍ତା ତିଆରି ନେଇ ଟେଣ୍ଡର ଦିଆଯାଇଥିବା ବେଳେ, ୭ଟି ରାସ୍ତାର କାର୍ଯ୍ୟ ଜାରି ରହିଛି । ସ୍ୱାଭିମାନ ଅଞ୍ଚଳରେ ୫ଟି ଟେଲିଫୋନ ଟାଓ୍ୱାର ସ୍ଥାପନ କରାଯାଇଛି।

Get real time updates directly on you device, subscribe now.