fbpx
BSKY SKY
BSKY SKY

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି?

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବା ଜଣାପଡିଛି । ବାନ୍ୟା ଫୋନି ଦ୍ୱାରା ପ୍ରଭାବିତ ୧୪ ଜିଲ୍ଲା ଛାଡ଼ି ଅନ୍ୟ ଜିଲ୍ଲା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ଅନ୍ୟ ୧୬ ଜିଲ୍ଲାକୁ ପାଇଁ ଆବାସ ପ୍ଲସରେ ସାମିଲ କରିବାକୁ ସେ ଅନୁରୋଧ କରିଛନ୍ତି ।

ତେବେ ଏହି ୧୬ଟି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ କିଛି ଜିଲ୍ଲା କେବିକେ ଅଧୀନରେ ରହିଛି । ଏହା ଦ୍ୱାରା ରାଜ୍ୟରେ ସମସ୍ତଙ୍କୁ ସୁରକ୍ଷିତ ଘର ମିଳିପାରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ପକ୍ଷରୁ ଆବାସ ପ୍ଲସ ୱିଣ୍ଡୋ ଖୋଲାଯାଇଛି । ଫନି ପ୍ରଭାବିତ ୧୪ ଜିଲ୍ଲା ପାଇଁ ମାସିକ ନିମନ୍ତେ ୱିଣ୍ଡୋ ଖୋଲାଯାଇଛି । ଫୋନି ଅଣପ୍ରଭାବିତ ୧୬ ଜିଲ୍ଲା ପାଇଁ ୱିଣ୍ଡୋ ଖୋଲିନଥିବାରୁ ସୁଫଳ ମିଳୁନାହିଁ । ଘରପାଇନଥିବା ଏସବୁ ଜିଲ୍ଲାର ଯୋଗ୍ୟ ହିତାଧିକାରୀଙ୍କ ଚୟନ ରାଜ୍ୟ କରିଛି । ଆବାସ ପ୍ଲସ ଭଳି ରାଜ୍ୟ ପ୍ରସ୍ତୁତ କରିଥିବା ପୋର୍ଟାଲ ଦ୍ୱାରା ଚୟନ ହୋଇଛି । ଏଭଳି ପରିସ୍ଥିତିରେ ସାରା ରାଜ୍ୟ ପାଇଁ ଆବାସ ପ୍ଲସ ୱିଣ୍ଡୋ ଖୋଲିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମାମଲାକୁ ନେଇ ଗତବର୍ଷ ଡିସେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

Get real time updates directly on you device, subscribe now.