fbpx

କଂଗ୍ରେସକୁ ଝଟକା, ଟିଏମସିରେ ସାମିଲ ହେବେ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ !

ନୂଆଦିଲ୍ଲୀ : ଅନେକ ରାଜ୍ୟରେ ଆଭନ୍ତରୀଣ କନ୍ଦଳ ଦେଇ ଗତି କରୁଥିବା କଂଗ୍ରେସ ପାଇଁ ମୁସ୍କିଲ କମ ହେବାର ନାଁ ନେଉନାହିଁ। ଗୋଟିଏ ବିବାଦର ସମାଧାନ ନହେଉଣୁ ସାମ୍ନାକୁ ଆଉ ଗୋଟିଏ ବିବାଦ ଆସି ଯାଉଛି। ଏହି କ୍ରମରେ ରାଜନୀତି ମହଲରୁ ଏମିତି ଖବର ଆସିଛି, ଯାହା କଂଗ୍ରେସକୁ ଝଟକା ସଦୃଶ ହୋଇଛି। ପୂର୍ବତନ ରାଷ୍ଟ୍ରପତି ଦିବଙ୍ଗତ ନେତା ପ୍ରଣବ ମୁଖାର୍ଜୀଙ୍କ ପୁତ୍ର ତୃଣମୂଳ କଂଗ୍ରେସରେ ସାମିଲ ହୋଇ ପାରନ୍ତି। ଜାତୀୟ ଗଣମାଧ୍ୟମର ଖବର ଅନୁଯାୟୀ, ସୋମବାର ସନ୍ଧ୍ୟା ୪ଟାରେ ଅଭିଜିତ ମୁଖାର୍ଜୀ ଟିଏମସିରେ ଯୋଗ ଦେଇ ପାରନ୍ତି। ଗତ ମାସରେ ଅଭିଜିତ ମୁଖାର୍ଜୀ କୋଲକାତାରେ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଭେଟିଥିଲେ। ତେବେଠୁ ତାଙ୍କର ଟିଏମସିରେ ଯୋଗ ଦେବା ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇ ଯାଇଥିଲା।

ହେଲେ ଏହି ଚର୍ଚ୍ଚା ଉପରେ ଅଭିଜିତ ବାନାର୍ଜୀ ବିରାମ ଲଗାଇଥିଲେ। ସେ ସ୍ପଷ୍ଟଭାବେ କହିଥିଲେ ଯେ, ସେ କଂଗ୍ରେସରେ ହିଁ ରହିବେ। ଗତ ଶୁକ୍ରବାର ଅଭିଜିତ ଏକ ଟ୍ଵିଟ୍ କରିଥିଲେ, କିନ୍ତୁ ପରେ ଏହାକୁ ହଟାଇ ଦେଇଥିଲେ। ଏହା ପରେ ଅଭିଜିତଙ୍କ ବୟାନ ଆସିଥିଲା ଯେ, ସେ କଂଗ୍ରେସରେ ରହିବେ। ତାଙ୍କର ଟିଏସି କିମ୍ବା ଅନ୍ୟ ପାର୍ଟିରେ ସାମିଲ ହେବାର ଖବର ଭୁଲ୍ ଅଟେ। କିନ୍ତୁ ଟିଏମସି ପାର୍ଟି ସୂତ୍ର ଅନୁଯାୟୀ, ଗତ ସପ୍ତାହରେ ପ୍ରଣବଙ୍କ ପୁଅ ଅଭିଜିତ ଟିଏମସିର କିଛି ନେତାଙ୍କୁ ଭେଟିଥିଲେ। ଏହା ମଧ୍ୟ ଶୁଣିବାକୁ ମିଳିଥିଲା ଯେ, ଟିଏମସି ଅଭିଜିତଙ୍କୁ ଜଙ୍ଗିପୁର ବିଧାସନଭା ଆସନରୁ ଲଢିବାକୁ ପ୍ରସ୍ତାବ ଦେବ।

ଏବେ ଏମିତି ଖବର ଆସିଛି ଯେ, ଆଜି ଅପରାହ୍ନ ୪ଟାରେ ଅଭିଜିତ ବାନାର୍ଜୀ ଟିଏମସି କାର୍ଯ୍ୟାଳୟରେ ଦଳରେ ଯୋଗ ଦେବେ। ଏହି ଅବସରରେ ଟିଏମସି ସାଂସଦ ସୁଦୀପ ବନ୍ଦୋପାଧ୍ୟାୟ ଓ ସଂସଦୀୟ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଉପସ୍ଥିତ ରହିବେ। ଏହା ପୂର୍ବରୁ ଅଭିଜିତ ଅନେକ ଟିଏମସି ନେତାଙ୍କୁ ଭେଟିଥିବା କୁହାଯାଏ।

Get real time updates directly on you device, subscribe now.