fbpx

ଓଡିଆଙ୍କ ଭାବାବେଗକୁ ସମ୍ମାନ: ମୁଖ୍ୟମନ୍ତ୍ରୀ

Advertisement

ଭୁବନେଶ୍ୱର,୭ ।୬(ଓଡିଶା ଭାସ୍କର): ଆଜି ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି କ୍ୟାବିନେଟ୍ । ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ ମାଧ୍ୟମରେ ନିଜର ପ୍ରତିକ୍ରିିୟା ପ୍ରକାଶା କରିଛନ୍ତି । ସେ କହିଛନ୍ତି ଯେ,‘ ଓଡ଼ିଆ ଜାତିର ଅସ୍ମିତା ଓ ସ୍ବାଭିମାନର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଆ ସାହିତ୍ୟର ମଉଡ଼ମଣି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହା ହେଉଛି କାଳଜୟୀ ସୃଷ୍ଟି । ଏଥିରେ ଭରି ରହିଛି ଅଫୁରନ୍ତ ଶକ୍ତି, ସୌନ୍ଦର୍ଯ୍ୟ ଓ ଆଗକୁ ବଢିବାର ପ୍ରେରଣା। ସାଢେ ୪କୋଟି ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ରାଜ୍ୟ କ୍ୟାବିନେଟ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ଭାବେ ଘୋଷଣା କରିଛି। ମେ ୩୦ରେ ସାରା ବିଶ୍ବରେ ଓଡ଼ିଆମାନେ ଏହି ସଂଗୀତ ଗାନ କରିଥିଲେ । ଓଡ଼ିଆଙ୍କ ଜାତି ପ୍ରେମର ନିଦର୍ଶନ ଅତୁଳନୀୟ । ଏକତାନରେ ବନ୍ଦେ ଉତ୍କଳ ଜନନୀ ଗାଇଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି ।’

Get real time updates directly on you device, subscribe now.