fbpx

ରକ୍ଷାବନ୍ଧନରେ ଭଉଣୀମାନଙ୍କୁ ସ୍ୱତନ୍ତ୍ର ଉପହାର ଦେବେ ମୁଖ୍ୟମନ୍ତ୍ରୀ, “ଲାଡଲି ବେହନା ଯୋଜନା’ରେ ବି ବୃଦ୍ଧି ହେଲା ସହାୟତା ରାଶି

Advertisement

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ବଡ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି “ଲାଡଲି ବହନା ଯୋଜନା’ ଜରିଆରେ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ଏବେ ବୃଦ୍ଧି କରାଯିବ । ଗୁରୁବାର ଶିବରାଜ କହିଛନ୍ତି ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିବା ମଧ୍ୟପ୍ରଦେଶ ସରକାରଙ୍କ ଲାଡଲି ବହନା ଯୋଜନା ଜରିଆରେ ମହିଳାଙ୍କୁ ପ୍ରତି ମାସରେ ଦିଆଯାଉଥିବା ଆର୍ଥିକ ସହାୟତା ୧୦୦୦ଟଙ୍କାରୁ ବୃଦ୍ଧି କରି ୩୦୦୦ ଟଙ୍କା କରି ଦିଆଯିବ । ଏହା ସହିତ ଏଥିରେ ସମୟ ସମୟରେ ୨୫୦ ଟଙ୍କା ବୃଦ୍ଧି କରାଯିବ । ରକ୍ଷାବନ୍ଧନ ଅବସରରେ ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ଆଉ ଏକ ଉପହାର ଦେବେ । ମୁଖ୍ୟମନ୍ତ୍ରୀ ଶିବରାଜ ଗୁରୁବାର “ଲାଡଲି ବହନା ଯୋଜନା’ ଅନ୍ତର୍ଗତ ୧.୨୫ କୋଟିରୁ ଅଧିକ ମହିଳାଙ୍କୁ ତୃତୀୟ କିସ୍ତିର ୧୨୦୯କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଗୁରୁବାର ଘୋଷଣା କରିଛନ୍ତି ୨୫୦ ଟଙ୍କା ବୃଦ୍ଧି ସହିତ “ଲାଡଲି ବହନା ଯୋଜନା’ ଜରିଆରେ ମହିଳାଙ୍କୁ ମାସିକ ସହାୟତା ବୃଦ୍ଧି କରି ୩,୦୦୦ଟଙ୍କା କରି ଦିଆଯିବ । ଏହାସହିତ ରକ୍ଷାବନ୍ଧନ ଦିନ ସେ କିଛି ସ୍ୱତନ୍ତ୍ର ଉପହାର ଦେବେ ବୋଲି ମଧ୍ୟ ଘୋଷଣା କରିଛନ୍ତି । ସେ କହିଛନ୍ତି ରାକ୍ଷୀ ପୂର୍ବରୁ ଅର୍ଥାତ୍ ୨୭ ଅଗଷ୍ଟରେ ସେ ଟିଭି ମାଧ୍ୟମରେ ସମସ୍ତ ଲାଡଲି ଭଉଣୀଙ୍କ ସହ କଥା ହେବେ । ତେବେ ସେ ଏହିଦିନ ରାଜ୍ୟର ଭଉଣୀମାନଙ୍କୁ କ’ଣ ଉପହାର ଦେବେ ସେ ବିଷୟରେ କିଛି ଖୁଲାସା କରିନାହାନ୍ତି ।

Get real time updates directly on you device, subscribe now.