fbpx

ଆରମ୍ଭ ହେଲା ଅନଲାଇନ ପ୍ରପର୍ଟି ମଡ଼୍ୟୁଲ ଓ ମ୍ୟୁନିସିପାଲ ପ୍ରିମିଅର ଲିଗ

ଭୁବନେଶ୍ୱର, ୨୦ା୧(ଓଡ଼ିଶା ଭାସ୍କର): ଅନଲାଇନ ପ୍ରପର୍ଟି ଟ୍ୟାକ୍ସ ମଡ଼୍ୟୁଲ ଓ ମ୍ୟୁନିସପାଲ ଲିଗ ଆରମ୍ଭ ହୋଇଛି । ଲୋକସେବା ଭବନ କନଭେସନ ସେଣ୍ଟରରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ମ୍ୟୁନସିପାଲ ଲୋକମାନେ bhubaneswar.meରେ ଟ୍ୟାକ୍ସ ଦେଇପାରିବେ । ପୌରାଞ୍ଚଳ ଲୋକମାନେ ulbodisha.gov.in  ରେ ଟ୍ୟାକ୍ସ ଦାଖଲ କରିପାରିବେ । ଏହାସହ କ୍ରେଡ଼ିଟ କାର୍ଡ଼, ଡ଼େବିଟ କାର୍ଡ଼, ନେଟ ବ୍ୟାଙ୍କିଙ୍ଗ, ଇ ୱାଲେଟରେ ମଧ୍ୟ ଟ୍ୟାକ୍ସ ଦାଖଲ କରିପାରିବା ନେଇ ସୂଚନା ମିଳିଛି । ପ୍ରତିଯୋଗିତା ମୂଳକ ଉପାୟରେ ଟ୍ୟାକ୍ସ ସଂଗ୍ରହ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଟ୍ୟାକ୍ସ ସଂଗ୍ରହ ନେଇ ୯ଟି ସହର ମଧ୍ୟରେ ପ୍ରତିଯୋଗିତା ହେବ ।

Get real time updates directly on you device, subscribe now.