fbpx

ବାଲିଯାତ୍ରାରେ ନିମ୍ନମାନର ଖାଦ୍ୟନେଇ ଚଢାଉ, ବାସି ଖାଦ୍ୟକୁ ଫୋପାଡି ଦିଆଗଲା

କଟକ: ଆରମ୍ଭ ହୋଇସାରିଛି ଐତିହାସିକ ବାଲିଯାତ୍ରା । ବିଭିନ୍ନ ରକମର ସାମଗ୍ରୀ ବିକ୍ରି ହେବା ସହ ଖାଦ୍ୟର ଚାହିଦାକୁ ସେତିକି ପ୍ରାଧାନ୍ୟ ଦିଆଯାଇଥାଏ ବାଲିଯାତ୍ରାରେ । ତେବେ ଆଜି କଟକ ବାଲିଯାତ୍ରା ପଡିଆରେ ମହାନଗର ନିଗମ ଫୁଡସ୍କ୍ୱାର୍ଡ ଟିମ ଫୁଡ ଚେକିଂ ପାଇଁ ପହଁଚିଥିଲେ । ସେଠାରେ ନିମ୍ନ ମାନର ଖାଦ୍ୟକୁ ନେଇ ଚଢାଉ କରାଯାଇଛି । ବିପୁଳ ପରିମାଣରେ ବାସି ଖାଦ୍ୟ ନଷ୍ଟ କରିଛି ଟିମ ।

ଫୁଡ ଚେକିଂ ପାଇଁ ଚାରିଟି ଟିମ ଗଠନ କରାଯାଇଛି । ତେବେ ବାଲିଯାତ୍ରାରେ ଚୌମିନ, ମୋମୋ, ବିରିଆନୀ, ଦହିବରା, ଚାଟ ଆଦି ବିଭିନ୍ନ ପ୍ରକାର ବାସି ଖାଦ୍ୟକୁ ନଷ୍ଟ କରାଯାଇଥିଲା । ଏହି ଚଢାଉଟି ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ହେଉଛି । ସେହିପରି ଖାଦ୍ୟରେ କିପରି ତେଲ ମସଲା ପରିମାଣ ରହୁଛି ତାକୁ ମଧ୍ୟ ଯାଂଚ କରୁଛି ଟିମ ।

ଦେଖିବାକୁ ଗଲେ ଦୀର୍ଘ ଦୁଇ ବର୍ଷ ପରେ ଐତିହାସିକ ବାଲିଯାତ୍ରା ହେଉଛି । ଲୋକେ ଏହାକୁ ନେଇ ବହୁ ଉତ୍ସାହର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି । ଯଦି ଏପରି ଖାଦ୍ୟ ଲୋକମାନଙ୍କୁ ଟଙ୍କା ରୋଜଗାର କରିବା ଆଶାରେ ଦିଆଯିବ ତେବେ ଲୋକେ ରୋଗାକ୍ରାନ୍ତାର ସମ୍ମୁଖୀନ ହେବେ । ଏନେଇ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଦୃଷ୍ଟି ରଖିଛନ୍ତି ବାଲିଯାତ୍ରା ଖାଦ୍ୟ ଉପରେ ।

Get real time updates directly on you device, subscribe now.