fbpx

ମାଳଦୀପରେ ବିଲଡିଂ ଜଳିଗଲା: ଚାଲିଗଲା ୯ ଭାରତୀୟଙ୍କ ଜୀବନ

ନୂଆଦିଲ୍ଲୀ: ମାଳଦୀପର ରାଜଧାନୀ ମାଲେରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି । ଏକ ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ମରାମତି ଗ୍ୟାରେଜରେ ନିଆଁ ଲାଗିଯାଇଥିଲା । ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ସମେତ ମୋଟ ୧୦ ଜଣ ପ୍ରାଣ ହରାଇଛନ୍ତି । ତେବେ ମୃତକଙ୍କ ମଧ୍ୟରେ ଭାରତୀୟ ଓ ବାଂଲାଦେଶୀ ନାଗରିକ ରହିଥିବା ଜଣାପଡ଼ିଛି । ନିଆଁକୁ ଆୟତ୍ତ କରିବା ପାଇଁ ପାଖାପାଖି ଚାରିଘଣ୍ଟା ସମୟ ଲାଗିଥିବା ବେଳେ ଏହି ଦୁର୍ଘଟଣାର କିଛି ଲୋକ ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ସୂଚନା ମୁତାବକ, ଏହି ଦୁର୍ଘଟଣାରେ ୯ ଜଣ ଭାରତୀୟଙ୍କ ସହିତ ଜଣେ ବାଂଲାଦେଶୀ ନାଗରିକ ପ୍ରାଣ ହରାଇଛନ୍ତି । ଉକ୍ତ ବିଲଡିଂରେ କେବଳ ବିଦେଶୀ ନାଗରିକମାନେ ରହୁଥିଲେ । ବିଲଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା କାର ଗ୍ୟାରେଜରେ ନିଆଁ ଲାଗିବା ଫଳରେ କିଛି ଲୋକ ଆହତ ହୋଇଥିଲେ । ଉକ୍ତ ବିଲଡିଂରୁ ମୋଟ ୧୦ଟି ଶବ ଜବତ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।

ତେବେ ବିଲଡିଂରେ ଲାଗିଥିବା ନିଆଁ ଏତେ ଭୟଙ୍କର ଥିଲା ଯେ, ତାହାକୁ ଆୟତ୍ତ କରିବା ପାଇଁ ପାଖାପାଖି ୪ ଘଣ୍ଟା ସମୟ ଲାଗିଥିଲା । ମୃତକଙ୍କ ମଧ୍ୟରେ ଭାରତୀୟ ଓ ବାଂଲାଦେଶୀ ରହିଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ମାଳଦୀପରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.