fbpx

ପରବର୍ତ୍ତୀ ବେତନ କମିସନ କେବେ ଲାଗୁ ହେବ! ନୂଆ ଫର୍ମୂଲାରେ ବଢ଼ିବ କର୍ମଚାରୀଙ୍କ ସାଲାରି

ନୂଆଦିଲ୍ଲୀ: ବର୍ତ୍ତମାନ ପାଖାପାଖି ୭୮ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୫୨ ଲକ୍ଷ ପେନସନଧାରୀ ସପ୍ତମ ବେତନ କମିସନର ବେନିଫିଟ୍ ପାଉଛନ୍ତି । ପ୍ରତିବର୍ଷ ଜାନୁଆରୀ ଓ ଜୁଲାଇ ମାସରେ ଦୁଇଥର କର୍ମଚାରୀଙ୍କର ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରାଯାଇଥାଏ । ତେବେ ଆସନ୍ତା ୨୦୨୩ ମସିହା ଜାନୁଆରୀ ମାସରେ ପରବର୍ତ୍ତୀ ଡିଏ ବୃଦ୍ଧି ହେବାର ସମ୍ଭାବନା ରହିଛି । ମାତ୍ର ଆଗାମୀ ଦିନରେ ମୋଦୀ ସରକାର କର୍ମଚାରୀଙ୍କ ସାଲାରି ବୃଦ୍ଧି ନେଇ କିଛି ନୂଆ ଫର୍ମୂଲା ଆପ୍ଲାଏ କରିବାର ସମ୍ଭାବନା ରହିଛି ।

ଗତ ୨୦୧୬ରେ ତକ୍ରାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଅର୍ଥ ଆୟୋଗ ନିକଟରେ ନିଜର ମତାମତ ରଖି କହିଥିଲେ, ବେତନ ଆୟୋଗକୁ ବାଦଦେଇ କିଛି ନୂଆ ତରିକାରେ କର୍ମଚାରୀଙ୍କ ବେତନ ବୃଦ୍ଧି ହେବା ଦରକାର । ତେବେ ଏକ ବିଶେଷ ସୂତ୍ର ମୁତାବକ, ବର୍ତ୍ତମାନ କର୍ମଚାରୀଙ୍କ ପାଇଁ ନୂଆ ବେତନ କମିସନ ଲାଗୁ କରିବା ନେଇ ଅର୍ଥ ମନ୍ତ୍ରଣାଳୟ ସହମତି ହେଉନାହିଁ । ତେଣୁ କର୍ମଚାରୀଙ୍କ ପ୍ରଦର୍ଶନକୁ ଆଧାର କରି ସାଲାରି ବୃଦ୍ଧି ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି । ଅର୍ଥାତ କେବଳ କାମିକା କର୍ମଚାରୀଙ୍କର ଦରମା ବୃଦ୍ଧି ହୋଇପାରେ ।

ଏକ ରିପୋର୍ଟ ମୁତାବକ, କେନ୍ଦ୍ର ଏହି ଦିଗରେ ବର୍ତ୍ତମାନ କାର୍ଯ୍ୟ ଜାରି ରଖିଛନ୍ତି । ନୂଆ ବ୍ୟବସ୍ଥା ଲାଗୁ ହେଲେ କର୍ମଚାରୀଙ୍କ ଡିଏ ୫୦ ପ୍ରତିଶତ ହୋଇଯିବା ପରେ ତାହା ଆପେଆପେ ରିଭିଜନ୍ ହୋଇଯିବ । ତେବେ ବର୍ତ୍ତମାନ ଦେଶରେ ମହଙ୍ଗା ମାଡ଼ ଜାରି ରହିଥିବା ବେଳେ ୨୦୧୬ ଠାରୁ ଚାଲିଆସୁଥିବା ସୁପାରିଶ ଦ୍ୱାରା ଗୁଜୁରାଣ ମେଣ୍ଟାଇବା ମୁସ୍କିଲ ହୋଇପଡ଼ିବ ବୋଲି କର୍ମଚାରୀମାନେ ଯୁକ୍ତି ବାଢ଼ିଛନ୍ତି ।

ତେବେ ନୂଆ ବ୍ୟବସ୍ଥା ଲାଗୁହେଲେ ପେ’ ଲେବଲ-୧ରୁ ୫ ଥିବା କର୍ମଚାରୀଙ୍କ ସର୍ବନିମ୍ନ ମାସିକ ବେତନ ୨୧ ହଜାର ହୋଇପାରେ । ବେତନ ଆୟୋଗ ଟ୍ରେଣ୍ଡ ପରିବର୍ତ୍ତନ କରି ଆସନ୍ତା ୨୦୨୪ରେ ନୂଆ ଫର୍ମୂଲା ଲାଗୁ କରିପାରନ୍ତି । ଏଥିସହିତ ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି ନେଇ କିଛି ମିଡ଼ିଆରେ ମଧ୍ୟ ଖବର ପ୍ରକାଶ ପାଇଛି । ଯଦି କେନ୍ଦ୍ର ସରକାର ଫିଟମେଣ୍ଟ ଫ୍ୟାକ୍ଟର ବୃଦ୍ଧି କରନ୍ତି, ତେବେ ଏହାଦ୍ୱାରା ବିତ୍ତୀୟ ଭାର ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.