fbpx
BSKY
BJD MC SKY
BJD YOUTH SKY

ଶୀତଦିନର ଡ୍ରାଏନେସକୁ ହଟାଇ ମୁହଁ ଗ୍ଲୋ କରାନ୍ତୁ କଦଳୀ ଫେସପ୍ୟାକ ଲଗାଇ

ଶୀତଦିନ ଆରମ୍ଭ ହେବାମାତ୍ରେ ଲୋକେ ତ୍ୱାଚା ଶୁଖିଲାପଣ ଓ ସ୍କିନ ଦୁର୍ବଳକୁ ନେଇ ଅନେକ ଚିନ୍ତାରେ ରହିଆନ୍ତି । ସେଥିପାଇଁ ମାର୍କେଟରେ ମିଳୁଥିବା ଅନେକ କ୍ରିମକୁ ମୁହଁରେ ଲଗାଇଥାନ୍ତି । ହେଲେ ଏହା ସହ ଆପଣ କିଛି ଫଳକୁ ବ୍ୟବହାର କରି ଶୁଖିଲା ତ୍ୱାଚାପଣକୁ ଦୂର କରିପାରିବେ । ଫଳରେ ଥିବା ପୋଷକତତ୍ୱ ତ୍ୱଚାକୁ ସତେଜ ଓ ସୁନ୍ଦର ରଖିବା ପାଇଁ ସହାୟକ ହୋଇଥାଏ । ସେହି ଫଳ ମଧ୍ୟରୁ କଦଳୀ ଅନ୍ୟତମ । କଦଳୀକୁ ଫେସପ୍ୟାକ କରି ମୁହଁରେ ଲାଗାଇଲେ ଶୀତଦିନେ ମୁହଁ ଫାଟିବା ଶୁଖିଲା ପଣ ସହ ମୁହଁର ଚମକ ଫେରି ଆସିଥାଏ । ସାଧାରଣତଃ ଶୀତଦିନେ ତ୍ୱାଚା ରୁଖ ବା ଶୁଖିଲା ହୋଇଯାଇଥାଏ । କିଛି କିଛି ଲୋକମାନଙ୍କ ତ୍ୱାଚା ଶୁଖିଲାପଣରୁ ଫାଟି ଯାଏ ମଧ୍ୟ । ତେଣୁ ଜାଣି ରଖନ୍ତୁ କଦଳୀକୁ କିପରି ତ୍ୱଚାଯତ୍ନ ନିମନ୍ତେ ବ୍ୟବହାର କରିବେ ।

ଫେସପ୍ୟାକ ବନେଇବା ପାଇଁ ସାମଗ୍ରୀ

-ପାଚିଲା କଦଳୀ ୧ଟି
-ଚାଉଳ ଗୁଣ୍ଡ ୩ ଚାମଚ
-ମହୁ ୨ଚାମଚ

କେମିତି ବନାଇବେ ଫେସପ୍ୟାକ

ଶୀତଦିନର ଶୁଖିଲାପଣକୁ ଦୂର କରିବା ପାଇଁ ଏହି ଫେସପ୍ୟାକ ବନାନ୍ତୁ । ସର୍ବପ୍ରଥମେ ଏକ ପାତ୍ରରେ କଦଳୀକୁ ଭଲଭାବେ ଚକଟି ଦିଅନ୍ତୁ । ସେଥିରେ ଚାଉଳ ଗୁଣ୍ଡ ଏବଂ ମହୁକୁ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ପ୍ରସ୍ତୁତ ପ୍ୟାକକୁ ମୁହଁରେ ଲାଗାଇ ୧୫ ମିନିଟ ରଖନ୍ତୁ ଏହାପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଏହାକୁ ଆପଣ ପ୍ରତି ୨ଦିନକୁ ଥରେ ଲେଖାଏଁ ଯଦି ଲଗାନ୍ତି ତେବେ ଶୀତଦିନେ କେବେ ମୁହଁ ଶୁଖିଲା ହେବନାହିଁ ।

Get real time updates directly on you device, subscribe now.