fbpx
BSKY
BJD MC SKY
BJD YOUTH SKY

ଏବି ଡି ଭିଲିୟର୍ସ ଚାହାନ୍ତି ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ଜିତୁ, କାରଣ ବି କହିଲେ ମିଷ୍ଟର ୩୬୦

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଦଳ ଚଳିତ ଟ୍ଵେଣ୍ଟି-୨୦ ବିଶ୍ଵ କପରୁ ବାଦ୍ ପଡିବା ପରେ କେଉଁ ଦଳକୁ ସମର୍ଥନ କରନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି ଭିଲିୟର୍ସ। ବର୍ତ୍ତମାନ ଏହାର ଖୁଲାସା କରିଛନ୍ତି ମିଷ୍ଟର ୩୬୦ ନାମରେ ପ୍ରସିଦ୍ଧ ଏହି ଖେଳାଳି। ଡି ଭିଲିୟର୍ସ କହିଛନ୍ତି, ସେ ଭାରତର ସମର୍ଥନ କରିବେ, କାରଣ ତାଙ୍କ ଦେଶ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡି ସାରିଛି।

ସେ କହିଛନ୍ତି, ମୁଁ ବିରାଟ କୋହଲି, ରୋହିତ ଶର୍ମା ଏବଂ ପୂରା ଭାରତୀୟ ଦଳକୁ ଶୁଭକାମନା ଜଣାଉଛି। ମୋତେ ପୂରା ଭରସା ଯେ, ଭାରତୀୟ ଦଳ ବିଶ୍ଵ କପରେ ଆହୁରି ଆଗକୁ ଯିବ। ଦକ୍ଷିଣ ଆଫ୍ରିକା ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବା ପରେ ମୁଁ ନିଶ୍ଚିତ ରୂପେ ଭାରତୀୟ ଦଳକୁ ସମର୍ଥନ କରୁଛି ଏବଂ ଚାହେଁ ଭାରତୀୟ ଦଳ ଟି-୨୦ ବିଶ୍ଵ କପ୍ ଜିତୁ।

ଡିଭିଲିୟର୍ସ କହିଛନ୍ତି, ଭାରତର ପୂରା ଦଳ ବହୁତ ପ୍ରତିଭାଶାଳୀ। ଏଥିପାଇଁ ଇଂଲଣ୍ଡ ବିପକ୍ଷ ମୁକାବିଲାରେ ଏକ ଦମଦାର ମ୍ୟାଚ୍ ହେବ ବୋଲି ଆଶା କରୁଛି। ମୋ ମତରେ ଭାରତ ପାଇଁ ଏହା ସବୁଠୁ ବଡ ପରୀକ୍ଷା। ଯଦି ଭାରତୀୟ ଦଳ ସେମି ଫାଇନାଲ୍ ଜିତିଯାଏ ତେବେ ବିଶ୍ଵ କପ୍ ଜିତିଯିବେ।

ଉଲ୍ଲେଖନୀୟ ଟି-୨୦ ବିଶ୍ଵ କପ ୨୦୨୨ର ଫାଇନାଲରେ ପାକିସ୍ତାନ ଦଳ ପହଞ୍ଚି ସାରିଛି। ଦ୍ଵିତୀୟ ସେମି ଫାଇନାଲ୍ ମ୍ୟାଚ୍ ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବ। ଏଥିରୁ ବିଜୟୀ ଦଳ ଫାଇନାଲରେ ପାକିସ୍ତାନର ମୁକାବିଲା କରିବ। ଫାଇନାଲ୍ ମ୍ୟାଚ୍ ରବିବାର ନଭେମ୍ବର ୧୩ରେ ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ।

Get real time updates directly on you device, subscribe now.