fbpx

ଟି୨୦ ବିଶ୍ବକପ୍‌ ଦ୍ବିତୀୟ ସେମି-ଫାଇନାଲ୍‌:ଟସ୍‌ ହାରିଲା ଭାରତ, କିନ୍ତୁ ମ୍ୟାଚ ଜିତିବ ପାଇଁ କରିବ ଫାଇଟ

ଆଡିଲେଡ୍‌: ଟସ୍‌ ହାରିଲା ଭାରତ । ଏବେ ବ୍ୟାଟିଂ କରିବ ଦଳ । ଅଷ୍ଟ୍ରେଲିଆର ଆଡିଲେଡ୍‌ ଗ୍ରାଉଣ୍ଡରେ ଆଜି ୨ୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଆଜିର ମ୍ୟାଚରେ ଭାରତ-ଇଂଲଣ୍ଡ ମୁହାଁମୁହିଁ ହୋଇଛନ୍ତି। ୨ୟ ସେମିଫାଇନାଲରେ ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ ନଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ବର୍ତ୍ତମାନ ସେମିଫାଇନାଲ ମୁକାବିଲାରେ ଭାରତୀୟ ଟିମ୍‌ରେ କୌଣସି ପରିବର୍ତ୍ତିନ କରାଯାଇନି । ରୋହିତ ଶର୍ମା (ଅଧିନାୟକ), କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ ପନ୍ଥ, ଅକ୍ଷର ପଟେଲ, ରବିଚନ୍ଦ୍ରନ ଅଶ୍ୱିନୀ , ଅର୍ଶଦୀପ ସିଂହ, ଭୁବନେଶ୍ୱର କୁମାର, ମହମ୍ମଦ ସାମି ରହିଛନ୍ତି ।

ସେହିପରି ଇଂଲଣ୍ଡ ଟିମ୍‌ରେ ଆଲେକ୍ସ ହେଲ୍ସ, ଜସ୍‌ ବଟଲର( ଅଧିନାୟକ), ପି.ସଲ୍‌ଟ, ଏଚ୍‌ ବ୍ରୁକ୍‌, ଏଲ୍‌ ଲିଭିଙ୍ଗଷ୍ଟୋନ୍‌, ବେନ୍‌ ଷ୍ଟୋକ୍ସ, ମୋଇନି ଅଲ୍ଲି, ସାମ୍‌ କରନ୍‌, ଆଦିଲ ରସିଦ, କ୍ରିସ୍‌ ବୋକ୍ସ, ସି ଜୋର୍ଡାନ ରହିଛନ୍ତି ।

ସୂଚନାମୁତାବକ ଇଂଲଣ୍ଡ ଟିମ୍‌ରେ ଦୁଇଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି। ଆହତ ହୋଇଥିବା କ‌ାରଣରୁ ଇଂଲଣ୍ଡ୍‌ର ମାର୍କ ଉଡ୍‌ ଏବଂ ଡାୱିଡ୍‌ ମାଲାନ୍‌ ଆଜିର ଖେଳରେ ଭାଗ ନେଇ ପାରୁନାହାନ୍ତି। ତାଙ୍କ ସ୍ଥାନରେ ଫିଲିପ୍‌ ସଲ୍‌ଟ୍‌ ଏବଂ କ୍ରିସ୍‌ ଜୋର୍ଡାନ୍‌ ଖେଳୁଛନ୍ତି।

Get real time updates directly on you device, subscribe now.