fbpx

ନବୀନ ପାଳିବେ ଜନ୍ମଦିନ! କାଲି ହେବ ଗ୍ରାଣ୍ଡ ସେଲିବ୍ରେସନ

ଭୁବନେଶ୍ୱର:ଆସନ୍ତା କାଲି ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ତେବେ ନବୀନ ପଟ୍ଟନାୟକ ହେଉଛନ୍ତି ବିଜେଡିର ସର୍ବେସର୍ବା । ଓଡିଶାବାସୀଙ୍କ ମନରେ ନବୀନଙ୍କ ଭାବମୂର୍ତ୍ତୀ ଏଭଳି ଛାପି ହୋଇ ରହିଛି ଯାହାକୁ କେହି ଚାହିଁଲେ ମଧ୍ୟ ଲିଭାଇ ପାରିବେ ନାହିଁ । ନ ହେଲେ ତାଙ୍କୁ ସାଢ଼େ ଚାରି କୋଟିଙ୍କର ମଉଡ ମଣି ବୋଲି କୁହାଯାଇ ନଥାଆନ୍ତା । ସାରା ଓଡିଶା ତାଙ୍କ ନିର୍ମଳ ଭାବମୂର୍ତ୍ତି , ଚିନ୍ତାଧାରାର ତାଙ୍କ କାର୍ଯ୍ୟକରିବା ଶୈଳୀର ଫ୍ୟାନ ଅଟନ୍ତି । ତେବେ ସୁପ୍ରିମୋଙ୍କ ଜନ୍ମଦିନ କେବଳ ବିଜେଡି ପାଇଁ ନୁହେଁ ବରଂ ସାରା ଓଡିଶାବାସୀଙ୍କ ପାଇଁ ଏକ ଉତ୍ସବରୁ କମ ନୁହେଁ । ମୁଖ୍ୟମନ୍ତ୍ରୀଙ୍କ ଟିକିଏ ଝଲକ ପାଇଁ ଏହି ଦିନରେ ନବୀନ ନିବାସ ଆଗରେ ଏତେ ଭିଡ ଜମେ ତାହାକୁ ଆପଣ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ । ଘର ବାହାରେ ଜନଗହଳି ସହିତ ପୁଷ୍ପଗୁଚ୍ଛରେ ପରିପୂର୍ଣ୍ଣ ହୋଇଯାଏ । ଆଉ ଲାଗିଥାଏ ବରିଷ୍ଠ ନେତା ମାନଙ୍କର ଲମ୍ବା ଧାଡି । କିନ୍ତୁ କିଛି ବର୍ଷ ହେବ କରୋନା ମହାମାରୀ ପାଇଁ ନବୀନ ତାଙ୍କର ଜନ୍ମଦିନ ପାଳନ କରୁ ନାହାନ୍ତି । ଆଉ ଚଳିତ ବର୍ଷ ନବୀନଙ୍କ ଜନ୍ମଦିନ ପାଳନ କରିବାକୁ ତାଙ୍କର ପ୍ରଶଂସକ ମାନେ ଅତି ଉକ୍ରଷ୍ଠାର ସହିତ ଚାହିଁ ବସିଛନ୍ତି । ଆଉ ଅପେକ୍ଷା ରହିଛି ସୁପ୍ରିିମୋଙ୍କ ନିର୍ଦ୍ଦେଶ ଉପରେ ।

ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ନବୀନ ତାଙ୍କ ଜୀବନ ଉତ୍ସର୍ଗୀକୃତ କରିଛନ୍ତି । ସେ ୧୯୯୭ରେ ରାଜନୀତିରେ ଯୋଗ ଦେଇଥିଲେ। ସେ ୧୧ତମ ଲୋକସଭା ନିର୍ବାଚନରେ ଆସ୍କା ସଂସଦୀୟ କ୍ଷେତ୍ରରୁ ବିଜୟୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ଇସ୍ପାତ ଏବଂ ଖଣି ପରାମର୍ଶଦାତା କମିଟିର ସଦସ୍ୟ ଥିଲେ। କେନ୍ଦ୍ର ରାଜନୀତିରେ କିଛି ବର୍ଷ ସକ୍ରିୟ ରହିବା ପରେ ସେ ରାଜ୍ୟ ରାଜନୀତିରେ ପାଦ ଦେଇଥିଲେ। ବାପା ବିଜୁ ପଟ୍ଟନାୟକ ଇହଧାନ ପରେ ଜନତା ଦଳର ସଦସ୍ୟକୁ ନେଇ ଗଠନ କରିଥିଲେ ବିଜୁ ଜନତା ଦଳ। ଓଡିଶାର ୪ କୋଟି ଜନତାଙ୍କ ସର୍ବାଙ୍ଗୀନ ବିକାଶ ହିଁ ତାଙ୍କର ମୂଳ ଉଦ୍ଦେଶ୍ୟ। ଆଶା କରୁଛୁ ସେ ଆହୁରି ଦୀର୍ଘାୟୁ ହୁଅନ୍ତି ଏବଂ ଏହିପରି ଓଡିଶାବାସୀଙ୍କ ସେବା କରି ଚାଲନ୍ତୁ।

Get real time updates directly on you device, subscribe now.