fbpx

ମହଙ୍ଗାରୁ ଆଶ୍ୱସ୍ତି! ଶସ୍ତା ହେବ CNG-PNG, ପ୍ରାକୃତିକ ଗ୍ୟାସ ପାଇଁ ନୂଆ ନିୟମ ଲାଗୁକଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଦେଶରେ ମହଙ୍ଗା ସିଜିନ୍ ଚାଲିଥିବା ବେଳେ ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଆଶ୍ୱସ୍ତିକରର ଖବର ଆସିଛି । ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ କେନ୍ଦ୍ର ସରକାର ଏକ ନୂଆ ନିୟମକୁ ମଞ୍ଜୁରୀ ଦେଇଛନ୍ତି । ପ୍ରଶାସନିକ ମୂଲ୍ୟ ପ୍ରଣାଳୀ (ଏପିଏମ) ଦ୍ୱାରା ମାନ୍ୟତା ପ୍ରାପ୍ତ ପାରମ୍ପରିକ କ୍ଷେତ୍ରରୁ ଉତ୍ପାଦିତ ପ୍ରାକୃତିକ ଗ୍ୟାସକୁ ଏବେ ବିଭିନ୍ନ ଦେଶର ଗ୍ୟାସ ଦର ପରିବର୍ତ୍ତେ ଅଶୋଧିତ ତୈଳ ଦର ସହ ଯୋଡ଼ାଯିବ । କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି ।

ତେବେ କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ । ଏହା ଫଳରେ ଗ୍ୟାସର ମୂଲ୍ୟ ବହୁତ କମ୍ ହୋଇଯିବ । ତୈଳ ସଚିବ ପଙ୍କଜ ଜୈନ କହିଛନ୍ତି, ପିଏନଜି ୧୦ ପ୍ରତିଶତ ଶସ୍ତା ହୋଇଯିବ ଓ ସିଏନଜି ୬ରୁ ୯ ପ୍ରତିଶତ କମ୍ ହୋଇଯିବ । ପ୍ରାକୃତିକ ଗ୍ୟାସର ମୂଲ୍ୟ ନିର୍ଦ୍ଧାରଣ ନିୟମ ପରିବର୍ତ୍ତନ ନେଇ କେନ୍ଦ୍ର ସରକାର ଆଜି ଅଧିସୂଚନା ଜାରି କରିବେ । ଆସନ୍ତାକାଲିଠାରୁ ଏହି ନୂଆ ନିୟମ ଲାଗୁ ହୋଇଯିବ ।

ସୂଚନାଯୋଗ୍ୟ ଯେ, ଭାରତରେ ୨୦୩୦ ସୁଦ୍ଧା ପ୍ରାଥମିକ ଶକ୍ତି ମିଶ୍ରଣରେ ପ୍ରାକୃତିକ ଗ୍ରାସର ଅଂଶଧନକୁ ୬.୫ରୁ ବୃଦ୍ଧି କରାଯାଇ ୧୫ ପ୍ରତିଶତ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଏହା ପ୍ରାକୃତିକ ଗ୍ୟାସର ବିସ୍ତାର କରାଇବା କ୍ଷେତ୍ରରେ ସହାୟତା ପ୍ରଦାନ କରିବ । ଏଥିସହିତ ନର୍ଗମନ ହ୍ରାସ ଓ କାର୍ବନ ନିର୍ଗମନ ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ମଧ୍ୟ ସହଯୋଗ ମଳିବ । ତେବେ ଏହି ପଦକ୍ଷେପ ଉପଭୋକ୍ତାଙ୍କ ହିତ ସାଧନ କରିବ ବୋଲି ତେଲ ମନ୍ତ୍ରୀ ହରଦୀପ ପୁରୀ ଟ୍ୱିଟ କରି କହିଛନ୍ତି ।

Get real time updates directly on you device, subscribe now.