fbpx

ଭୋଜପୁରୀ ଗାୟକ ସମର ସିଂ ଗିରଫ, ଆକାଂକ୍ଷା ଦୁବେ ଆତ୍ମହତ୍ୟା ମାମଲାରେ ଥିଲେ ଫେରାର

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା ମାମଲାରେ ଏକ ବଡ ଅପଡେଟ ସାମ୍ନାକୁ ଆସିଛି । ଅଭିନେତ୍ରୀଙ୍କ ଆତ୍ମହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଭୋଜପୁରୀ ସିଙ୍ଗର ସମର ସିଂଙ୍କୁ ନନ୍ଦଗ୍ରାମ ଥାନା ଅଞ୍ଚଳର ଚାର୍ମସ କ୍ରିଷ୍ଟାଲ ସୋସାଇଟି ରାଜନଗର ଏକ୍ସଟେନ୍ସନରୁ ପୋଲିସ ଗିରଫ କରିଛି । ଗାଜିଆବାଦ ଏସପି ସିଟି କହିଛି ଯେ, ସମର ସିଂଙ୍କୁ ମଧ୍ୟରାତ୍ରିରେ ଗିରଫ କରାଯାଇଥିଲା । ସେ କହିଛନ୍ତି ଯେ, ସମର ସିଂ ନନ୍ଦଗ୍ରାମ ପୋଲିସ ଷ୍ଟେସନ ଅଞ୍ଚଳର ଏକ ସୋସିଇଟିରେ ଲୁଚି ରହିଥିଲେ । ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମାତା ମଧୁ ଦୁବେ ସିଏମ୍ ଯୋଗୀଙ୍କୁ ନ୍ୟାୟ ପାଇଁ ନିବେଦନ କରିଛନ୍ତି ।

ଭୋଜପୁରୀ ଅଭିନେତ୍ରୀ ଆକଙ୍କଶା ଦୁବେଙ୍କ ମା ଅଭିଯୋଗ କରିଛନ୍ତି ଯେ, ଏସପି ନେତାଙ୍କ ସହ ସମର ସିଂଙ୍କ ନିବିଡ଼ ସମ୍ପର୍କ ଥିବାରୁ ପୋଲିସ ଢ଼ିଲା କରୁଛି । ସେ କହିଛନ୍ତି ଯେ, ଏସପି ନେତା ଶିବପାଲ ସିଂଙ୍କ ସହ ସମରର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆକାଂକ୍ଷା ଦୁବେଙ୍କ ମୃତଦେହ ସାରନାଥସ୍ଥିତ ଏକ ହୋଟେଲରେ ଏକ ଫ୍ୟାନରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଅଭିନେତ୍ରୀଙ୍କ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଆକାଂକ୍ଷାଙ୍କ ପରିବାର । ଅଭିନେତ୍ରୀ ଆକାଂକ୍ଷାଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କ ପେଟରେ ଏକ ବାଦାମୀ ରଙ୍ଗର ତରଳ ପଦାର୍ଥ ରହିଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକାଂକ୍ଷା ସୁଇସାଇଡ୍ କରିଥିବା ରୁମ ଭିତରପଟୁ ବନ୍ଦ ଥିଲା । ମାତ୍ର ଓଢ଼ଣୀ ସହିତ ବେଡରେ ବସିଥିବା ଅବସ୍ଥାରେ ଶବ ମିଳିଥିଲା । ଏହା ନିଶ୍ଚିତ ଭାବେ ଯାଞ୍ଚ ପରେ ଜଣାପଡ଼ିବ । ମାର୍ଚ୍ଚ ୨୫ ରାତି ୮ଟା ୩୦ରେ ଆକାଂକ୍ଷା ହୋଟେଲ ବାହାରକୁ ଜନ୍ମଦିନ ପାର୍ଟିରେ ସାମିଲ ହେବାକୁ ଯାଇଥିଲେ । ପରେ ବିଳମ୍ବିତ ରାତି ପାଖାପାଖି ୧.୫୫ ସମୟରେ ସେ ହୋଟେଲକୁ ଫେରିଥିଲେ । ଏହାପରେ ସେ ତାଙ୍କର କେୟାର ଟେକରଙ୍କୁ ରୁମର ଚାବି ମାଗିଥିଲେ । ଏହାପରେ ସେ ଚାବି ନେଇ ନିଜ ରୁମକୁ ଚାଲିଯାଇଥିଲେ । ତେବେ ଏହା ମଧ୍ୟରେ ଜଣେ ପୋଲିସ ଅଧିକାରୀ ଏକ ବଡ଼ ବୟାନ ଦେଇଛନ୍ତି । ପାର୍ଟି ସରିବା ପରେ ଅଭିନେତ୍ରୀଙ୍କୁ ଜଣେ ଯୁବକ ଛାଡ଼ିବାକୁ ଆସି ୧୭ ମିନିଟ ପର୍ଯ୍ୟନ୍ତ ରହିଥିଲେ । ରାତି ୨.୨୫ରେ ଆକାଂକ୍ଷା ଇନଷ୍ଟାରେ ଲାଇଭ୍ ଆସିଥିଲେ ।

Get real time updates directly on you device, subscribe now.