fbpx

ରାଜ୍ୟରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା, ୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରେ ଗତକାଲି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି । କଟକ ସହର ସମେତ ଆଖପାଖ ଅଞ୍ଚଳରେ କାଳବୈଶାଖୀ ଝଡ଼ବର୍ଷା ସହ ଘଡ଼ଘଡ଼ି ପ୍ରଭାବ ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳମଗ୍ନ ହେବା ସହ କେତେକ ଅଞ୍ଚଳରେ ଗଛ ଭାଙ୍ଗିବା ଯୋଗୁଁ ଯାତାୟତ, ବିଦ୍ୟୁତ୍‍ ସରବରାହ ପ୍ରଭାବିତ ହୋଇଛି ।

ଆଜି ୪ଟି ଜିଲ୍ଲା ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହିସବୁ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ମଧ୍ୟ ରାଜ୍ୟର ୧୧ଟି ଜିଲ୍ଲାରେ ଝଡ଼ବର୍ଷା ହେବାର ସମ୍ଭାବନା ଥିବାନେଇ ସେହି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଏଥିସହ ଆଜି ଏହି ୪ ଜିଲ୍ଲା ବ୍ୟତୀତ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ଼ବ‌ର୍ଷାର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି। କିନ୍ତୁ ଦିନରେ ପ୍ରବଳ ଖରା ଜାରି ରହିବ।

ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଖରା, ତାତି ଆଜି ଭଳି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ପା‌ଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଦିନ ରାଜଧାନୀର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍‌ଣ ଆଡ଼କୁ ହାଲୁକା ବର୍ଷା ମଧ୍ୟ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ୨୫ଡିଗ୍ରି ମଧ୍ୟରେ ରହିବ।

Get real time updates directly on you device, subscribe now.