fbpx

World Health Day: କରୋନା ପରେ ଭାରତରେ ବଢ଼ିଚାଲିଛି ୮ଟି ଭୟଙ୍କର Chronic Disease, ଚିନ୍ତା ବଢ଼ାଇଲା ରିସର୍ଚ୍ଚ ରିପୋର୍ଟ

ନୂଆଦିଲ୍ଳୀ: ପ୍ରତିବର୍ଷ ଏପ୍ରିଲ ମାସ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଥାଏ । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଓ ମେଡିକାଲ କ୍ଷେତ୍ରରେ ହେଉଥିବା ନୂଆ ନୂଆ ପ୍ରଗତି ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ ଏହି ଦିବସ ପାଳନ କରାଯାଉଛି । ତେବେ ଗତ କିଛି ସପ୍ତାହ ଧରି ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଏହି ଭାଇରସକୁ ଅଧିକ ବିପଜ୍ଜନକ ଭାବେ ବିବେଚନା କରାଯାଉ ନଥିଲେ ମଧ୍ୟ ଏହା ବିଭିନ୍ନ ରୋଗ ମାଧ୍ୟମରେ ଲୋକଙ୍କର ଚିନ୍ତା ବଢ଼ାଇ ଦେଇଛି ।

ଏକ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶିତ ରିସର୍ଚ୍ଚ ରିପୋର୍ଟ ମୁତାବକ, ଗତ ତିନି ବର୍ଷ ମଧ୍ୟରେ କରୋନା ଲୋକଙ୍କୁ ଉଭୟ ଶାରୀରିକ ଓ ମାନସିକ ଭାବେ ପ୍ରଭାବିତ କରିଛି । ଭାଇରସ ଦ୍ୱାରା ହୃଦୟ, ଫୁସଫୁସ ସହିତ ଶରୀରର ଅନ୍ୟ ଅଙ୍ଗ ମଧ୍ୟ ସଂକ୍ରମିତ ହେଉଥିବା କିଛି ରିସର୍ଚ୍ଚରେ କୁହାଯାଇଛି । ତେବେ କରୋନା କାରଣରୁ ଲୋକଙ୍କ ମଧ୍ୟରେ ଡାଇବେଟିସ, କ୍ୟାନସର ପରି କ୍ରୋନିକ ଡିଜିଜ ଦେଖାଦେଉଛି ।

୧- ମାନସିକ ରୋକ: କରୋନା ପରେ ଚିନ୍ତା, ଅବସାଦ, ସ୍ମରଣଶକ୍ତି ଓ ଏକାଗ୍ରତା ସମ୍ବନ୍ଧୀୟ ସମସ୍ୟା ସାଧାରଣ ହୋଇଗଲାଣି ବୋଲି ବରିଷ୍ଠ ଡାକ୍ତର ମତ ଦେଇଛନ୍ତି । ୨- କ୍ୟ।।ନସର: କୋଭିଡ-୧୯ ସଂକ୍ରମଣ ଲୋକଙ୍କ ଠାରେ ବିଭିନ୍ନ ପ୍ରକାରର କ୍ୟାନସର ଆଶଙ୍କା ବଢ଼ାଇବାର ସମ୍ଭାବନା ରହିଛି । ଭାଇରସ ଦ୍ୱାରା ଡିଏନଏ ଓ ସେଲ ଅକ୍ସିଡେଟିଭ କ୍ଷତିଗ୍ରସ୍ତ ହୋଇପାରେ । ୩- ଶ୍ୱାସ ସମ୍ବନ୍ଧୀୟ ରୋଗ: କରୋନା ପରେ ଦୀର୍ଘ ସମୟ ଧରି କ୍ରମାଗତ ଭାବେ କାଶ, ଶ୍ୱାସ ଯନ୍ତ୍ରଣା, ଛାତି ଯନ୍ତ୍ରଣା ପରି ସମସ୍ୟା ଦେଖାଯାଉଛି ।

୪- ବ୍ଲଡପ୍ରେସର: କୋଭିଡ ମହାମାରୀ ବିଭିନ୍ନ ବର୍ଗର ଲୋକଙ୍କଠାରେ ରକ୍ତଚାପ ରୋଗ ସୃଷ୍ଟି କରୁଛି । ୫- ହୃଦରୋଗ: କୋଭିଡ-୧୯ ପରେ ଷ୍ଟ୍ରୋକ, ଅନିୟମିତ ହାର୍ଟବିଟ, ହାର୍ଟ ଅକାମୀ ଓ ରକ୍ତ ଜମାଟ ପରି କାର୍ଡିଓଭାସ୍କୁଲର ବୀମାର ଦେଖାଯାଉଛି । ୬- ଡାଇବେଟିସ: ମହାମାରୀରୁ ସୁସ୍ଥ ହେବା ପରେ ରୋଗୀଙ୍କ ଠାରେ ଡାଇବେଟିସ ସମେତ ଅନ୍ୟ ସମସ୍ୟା ବିକଶିତ ହୋଇପାର । ୭- ଆସ୍ଥମା: କରୋନା ପୀଡ଼ିତଙ୍କଠାରେ ଅକ୍ସିଜେନର ରକ୍ତ ପ୍ରବାହରେ ତାଳମେଳ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ । ଶରୀରର ଇମ୍ୟୁନ ସିଷ୍ଟମର ମୁକାବିଲା ଅନ୍ୟ କାହା ସହ ହେବା ସମୟରେ ଏହି ସ୍ଥିତି ଖରାପ ହୋଇଥାଏ । ୮- କ୍ରୋନିକ ଅବଷ୍ଟ୍ରକ୍ଟିଭ ପ୍ଲୁମୋନରୀ ଡିଜିଜ (ସିଓପିଡି): କୋଭିଡ-୧୯ କାରଣରୁ ସାଧାରଣ ଲୋକଙ୍କ ଅପେକ୍ଷା ସିଓପିଡି ପୀଡ଼ିତଙ୍କ ଠାରେ ଶ୍ୱାସ ଓ ଫୁସଫୁସ ସମସ୍ୟା ଅଧିକ ଗମ୍ଭୀର ହୋଇଯାଇଥାଏ ।

ତେବେ କ୍ରୋନିକ ଡିଜିଜ କବଳରୁ ମୁକ୍ତି ପାଇବାକୁ ହେଲେ ସପ୍ତାହକୁ ଅତି କମରେ ୧୫୦ ମିନିଟର ବ୍ୟାୟାମ କରିବା ଦରକାର । ମଦ୍ୟପାନ, ଧୂମ୍ରପାନଠାରୁ ଦୂରେଇ ରହିବେ । ନିୟମିତ ଡାକ୍ତରଙ୍କ ସହ ପରାମର୍ଶ କରି ଚେକଅପ୍ କରାଇବା ଜରୁରୀ । ହେଲଦି ଡାଏଟ ଫଲୋ କରିବା ସହ ପରିବାରର କାହାକୁ କ୍ୟାନସର, ହୃଦରୋଗ, ଡାଇବେଟିସର ଇତିହାସ ରହିଥିଲେ ଆପଣଙ୍କ ପାଇଁ ଅଧିକ ଆଶଙ୍କା ବଢ଼ିଯାଇଥାଏ । ତେଣୁ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସା କରାନ୍ତୁ ।

Get real time updates directly on you device, subscribe now.