fbpx
BJD SKY
BJD SKY

ମ୍ୟାଚ୍ ପୂର୍ବରୁ ସେକ୍ସ କରିବା ପାଇଁ ଭାରତୀୟ ଖେଳାଳିଙ୍କୁ ପରାମର୍ଶ ଦେଇଥିଲେ କୋଚ୍

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ମେଣ୍ଟାଲ କଣ୍ଡିସନିଂ କୋଚ୍ ରହିଥିବା ପ୍ୟାଡି ଅପ୍ଟନଙ୍କୁ ନେଇ ଏକ ନୂତନ ତଥ୍ୟ ସାମ୍ନାକୁ ଆସିଛି । ମ୍ୟାଚ୍ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସହବାସ(ସେକ୍ସ) କରିବା ପାଇଁ ଅପ୍ଟନ୍ ପରାମର୍ଶ ଦେଇଥିବା ଜଣାପଡିଛି । ନିଜର ଆତ୍ମଜୀବନି ‘ଦ ବେୟାରଫୁଟ୍ କୋଚ୍’ରେ ଅପ୍ଟନ ଏହି ଘଟଣାର ଖୁଲାସା କରିଛନ୍ତି । ତେବେ ଭାରତୀୟ ଖେଳାଳିଙ୍କୁ ଅପ୍ଟନଙ୍କ ଏପରି ଉଦ୍ଭଟ ପରାମର୍ଶ ପାଇଁ ତାଙ୍କ ଉପରେ ଖପ୍ପା ହୋଇଥିଲେ ତକ୍ରାଳୀନ କୋଚ୍ ଗ୍ୟାରି କର୍ଷ୍ଟେନ୍ ।୨୦୧୧ ବିଶ୍ୱକପ ବିଜୟୀ ଭାରତୀୟ ଦଳର କୋଚ୍ ରହିଥିବା କର୍ଷ୍ଟେନ୍ ଏହି ଘଟଣାକୁ ନେଇ ଅସନ୍ତୋଷ ଜାହିର କରିଥିଲେ । କର୍ଷ୍ଟେନ ଅସନ୍ତୋଷ ଜାହିର କରିବା ପରେ ଅପ୍ଟନ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ ।

ମେଣ୍ଟାଲ କଣ୍ଡିସନିଂ କୋଚ୍ ରହିଥିବା ଅପ୍ଟନ କହିଛନ୍ତି, ସେ ଭାରତୀୟ ଖେଳାଳିଙ୍କୁ ମ୍ୟାଚ୍ ପୂର୍ବରୁ ସହବାସର ପରାମର୍ଶ ଦେଇଥିଲେ । ଏପରି ପରାମର୍ଶ ଖେଳାଳିଙ୍କ ବ୍ୟକ୍ତିଗତ ଉନ୍ନତି ପାଇଁ ଦେଇଥିବା ସ୍ୱୀକାର କରିଥିଲେ ଅପ୍ଟନ । ମ୍ୟାଚ୍ ପୂର୍ବରୁ ସହବାସ ଦ୍ୱାରା ଖେଳାଳି ମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବେ ବୋଲି ପଢି ଏପରି ପରାମର୍ଶ ଦେଇଥିବା ଅପ୍ଟନ ସ୍ୱୀକାର କରିଛନ୍ତି । ତେବେ ପରବର୍ତ୍ତୀ ସମୟରେ ଅପ୍ଟନ ନିଜ ଭୁଲକୁ ସ୍ୱୀକାର କରିଥିଲେ । ୨୦୦୯ ଚାମ୍ପିଅନ୍ସ ଟ୍ରଫିରେ ଏକ ଅଭ୍ୟାସ ସେସନ୍ ସମୟରେ ସେ ଖେଳାଳିଙ୍କୁ ଏହି ପରାମର୍ଶ ଦେଇଥିବା ଉଲ୍ଲେଖ କରିଛନ୍ତି ଅପ୍ଟନ । ନିଜ ଆତ୍ମଜୀବନିର ଏକ ଅଧ୍ୟାୟ ‘ଇଗୋ ଆଣ୍ଡ ମାଇଁ ଗ୍ରେଟେଷ୍ଟ ପ୍ରଫେସନାଲ୍ ଏରର’ରେ ଏ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ଭାରତୀୟ ଦଳର ମେଣ୍ଟାଲ କଣ୍ଡିସନିଂ କୋଚ୍ ରହିବା ସହିତ ଅପ୍ଟନ ଆଇପିଏଲ ଫ୍ରାଞ୍ଚାଇଜି ରାଜସ୍ଥାନ ରୟାଲ୍ସର କୋଚ୍ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜସ୍ଥାନର କୋଚ୍ ରହିଥିବା ବେଳେ ଥରେ କିଭଳି ଏସ୍ ପେସ୍ ବୋଲର ଏସ୍. ଶ୍ରୀସନ୍ଥ ରାଗରେ ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଗାଳି କରିଥିଲେ ତାହା ଉଲ୍ଲେଖ କରିଛନ୍ତି ଅପ୍ଟନ । ଏହା ବ୍ୟତିତ ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ପୁସ୍ତକରେ ବେଶ ପ୍ରଶଂସା କରିଛନ୍ତି ଅପ୍ଟନ । ମ୍ୟାଚର ଯେ କୌଣସି ପରସ୍ଥିତିରେ ଶାନ୍ତ ରହିବା ଧୋନୀଙ୍କ ସବୁଠାରୁ ଭଲ ଗୁଣ ବୋଲି ଅପଟନ ଲେଖିଛନ୍ତି ।

Get real time updates directly on you device, subscribe now.