fbpx

୪୦୦ କର୍ମଚାରୀଙ୍କ ଗଡ଼ିଲାଣି ମୁଣ୍ଡ, ଏବେ ଚେତା ପଶିଲା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଯୋଗୁଁ କୋଇଲା ଖଣି ସଂସ୍ଥାମାନଙ୍କର ପ୍ରାୟ ୪୦୦ କର୍ମଚାରୀଙ୍କ ପ୍ରାଣ ଗଲାଣି । ଏହାପରେ ଚେତା ପଶିଛି କୋଲ ଇଣ୍ଡିଆର । ଫଳରେ କର୍ମଚାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟିକା ଦେବା ପାଇଁ କେନ୍ଦ୍ରକୁ ଅନୁରୋଧ କରିଛି କୋଲ ଇଣ୍ଡିଆ ।

ସୂଚନା ଅନୁଯାୟୀ, କମ୍ପାନି ଏହାର ୨,୫୯,୦୦୦ କର୍ମଚାରୀ ଏବଂ ଶ୍ରମିକ ୟୁନିୟନ ମଧ୍ୟରୁ କେବଳ ୬୪,୦୦୦ ଟିକାକରଣ କରାଯାଇଛି । ସେପଟେ ଟିକାକରଣକୁ ତ୍ୱରାନିତ୍ୱ କରିବା ପାଇଁ ସବୁସ୍ତରରୁ ଦାବି ହେଉଛି । ବର୍ତ୍ତମାନ ସୁଦ୍ଧା କୋଲ୍ ଇଣ୍ଡିଆର ୬୦୦୦ ଶ୍ରମିକ ସଂକ୍ରମିତ ହୋଇଛନ୍ତି । ୧୦୦୦ରୁ ଅଧିକ ଚିକିତ୍ସାଧୀନ ରହିଛନ୍ତି । କୋଲ ଇଣ୍ଡିଆ କହିଛି ଦ୍ୱିତ ଲହରରେ ଅଧିକାଂଶ କର୍ମଚାରୀ କରୋନାର ସଂକ୍ରମିତ ହୋଇଛନ୍ତି । କାରଣ ସେମାନେ ଏଭଳି ସ୍ୱାସ୍ଥ୍ୟ ସଂକଟ ମଧ୍ୟରେ କାମ କରୁଥିଲେ । ଶ୍ରମିକ ୟୁନିୟନ ସେମାନଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ଘୋଷଣା କରିବାକୁ ଦାବି ମଧ୍ୟ କରାଯାଇଛି । କମ୍ପାନି ପକ୍ଷରୁ ଆହୁରି କୁହାଯାଇଛି ଯେ ପରିସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଛି । ତେବେ ସଂକ୍ରମଣ ଭୟ ଦେଖାଗଲେ କମ୍ପାନି ପୁଣିଥରେ ମେଡିକାଲ ସୁବିଧା ଯୋଗାଇଦେବ । ଖାଲି ଏତିକି ନୁହେଁ, କୋଭିଡ ନିୟମକୁ କଡ଼ାକଡ଼ି ଭାବେ କମ୍ପାନି ପାଳନ କରୁଛି ଏବଂ ଯନ୍ତ୍ରାଂଶଗୁଡ଼ିକୁ ନିୟମିତ ଭାବରେ ସାନିଟାଇଜ କରାଯାଉଛି ବୋଲି କୁହାଯାଇଛି ।

ଅନ୍ୟପକ୍ଷରେ ଶ୍ରମିକ ୟୁନିଅନ କହିଛି କମ୍ପାନି ଶ୍ରମିକଙ୍କ ସୁରକ୍ଷା ପାଇଁ ଅନ୍ୟ ପଦକ୍ଷେପ ନେବା ଉଚିତ୍ । ଅଖିଳ ଭାରତୀୟ ଖଦାନ ମଜୁଦର ସଙ୍ଘର ସଭାପତି ସୁଧୀର ଘୁରଦେ କହିଛନ୍ତି ଯେ କମ୍ପାନି ଏହାର କର୍ମଚାରୀ ଏବଂ ସୋମନଙ୍କ ପରିବାର ସଦସ୍ୟଙ୍କ ପାଇଁ ତୁରନ୍ତ ଟିକାକରଣ ବ୍ୟବସ୍ଥା କରୁ ।

Get real time updates directly on you device, subscribe now.