fbpx

ଆଉ ଏକ ସହରରେ ଆରମ୍ଭ ହେଲା ମେଟ୍ରୋ ଯାତ୍ରା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣର ଦ୍ୱିତୀୟ ଲହର ପାଇଁ ଅନେକ ରାଜ୍ୟ ସରକାର ତାଲବନ୍ଦ ଘୋଷଣା କରିଥିଲେ । ତେବେ ସଂକ୍ରମଣ କମିବା ପରେ ଧୀରେ ଧୀରେ ପ୍ରାୟ ରାଜ୍ୟ ଅନଲକ୍ ପ୍ରକ୍ରିୟାକୁ ଗୁରୁତ୍ୱ ଦେଉଛନ୍ତି । ସାଧାରଣରେ ସ୍ଥିତି ସ୍ୱାଭାବିକ କରିବା ପାଇଁ ଅନେକ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଠିକ୍ ସେମିତି ଆଉ ଏକ ସହରରେ ବୁଧବାରଠାରୁ ମେଟ୍ରୋ ଟ୍ରେନ୍ ଆରମ୍ଭ ହୋଇଛି । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷେ୍ନøରେ ଲକ୍ଡାଉନ୍ ହଟାଇ ମେଟ୍ରୋ ବି ଟ୍ରାକ୍ରେ ଚାଲିବାକୁ ପ୍ରସ୍ତୁତ ହେଉଛି ।
ସୂଚନା ଅନୁସାରେ ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲାରେ ୬୦୦ରୁ କମ୍ ସଂକ୍ରମଣ ହେତୁ ଏହି ଲକ୍ଡାଉନ ସମଗ୍ର ରାଜ୍ୟରୁ ହଟାଇ ଦିଆଯାଇଛି । ଲକ୍ଷେ୍ନø ମେଟ୍ରୋକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ସାନିଟାଇଜ୍ କରାଯାଇଛି । ଏହା ସହ ଯାତ୍ରୀମାନଙ୍କୁ କୋଭିଡ୍ କଟକଣା ବା ନିୟମ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଲକ୍ଷେ୍ନø ମେଟ୍ରୋ ଉଭୟ ଟର୍ମିନାଲରେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ଟ୍ରେନ୍ ଚଳାଚଳ କରିବ ବୋଲି ଜଣାପଡ଼ିଛି ।
ଅନ୍ୟପକ୍ଷରେ ଉତ୍ତରପ୍ରଦେଶରେ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ । ରାଜ୍ୟର ସମସ୍ତ ଜିଲ୍ଲାରେ ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ରହିବ । ସ୍ଥିତିରେ ଆହୁରି ସୁଧାର ଆସିଲେ ରାଜ୍ୟ ସରକାର ପରବର୍ତ୍ତୀ ଘୋଷଣା କରିବେ ।

Get real time updates directly on you device, subscribe now.