fbpx

ଏୟାରପୋର୍ଟରେ ଅଭିଷେକ, ECMO ଚିକିତ୍ସା ପାଇଁ ଯିବେ କୋଲକାତା

ଭୁବନେଶ୍ୱର (ଓଡିଶା ଭାସ୍କର): କରୋନାରେ ସଂକ୍ରମିତ ହୋଇ ଏବେ ମୃତ୍ୟୁ ସହ ଲଢେଇ କରୁଥିବା ଅଭିଷେକ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ଆଜି କୋଲକାତା ନିଆଯାଉଛି । ଘରୋଇ ହସ୍ପିଟାଲରୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ତାଙ୍କୁ ଭୁବନେଶ୍ୱର ଏୟାରପୋର୍ଟ ନିଆଯାଇଛି । ଗ୍ରୀନ କରିଡର ଓ ସ୍ୱତନ୍ତ୍ର ପାଇଲଟିଂ ବ୍ୟବସ୍ଥାରେ ସେ ଏୟାରପୋର୍ଟ ଯାଇଛନ୍ତି । ଏୟାରପୋର୍ଟରୁ ଏୟାର ଆମ୍ବୁଲାନ୍ସରେ ତାଙ୍କୁ କୋଲକାତା ନିଆଯିବ ।

ତେବେ ଇକମୋ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ଅଭିଷେକଙ୍କୁ କୋଲକାତା ନିଆଯାଉଛି । କୋଭିଡ ଆକ୍ରାନ୍ତ ପରଠାରୁ ଅଭିଷେକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କୋଲକତାର ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ପରବର୍ତ୍ତୀ ଇକମୋ ଚିକିତ୍ସା ଚାଲିବ । ଏହି ଚିକିତ୍ସା ଅତି ବ୍ୟୟବହୁଳ । ଚିକିତ୍ସା ପାଇଁ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ଆବଶ୍ୟକତା ରହିଛି । ଗୋଟିଏ ମଧ୍ୟବିତ ପରିବାର ପାଖରେ ଏତେ ଟଙ୍କା ଯୋଗାଡ କରିବା କଷ୍ଟକର ହୋଇ ପଡିଛି । ତେଣୁ ଆର୍ଥିକ ସହାୟତା କରିବାକୁ ଅନୁରୋଧ କରିଛନ୍ତି ତାଙ୍କ ପତ୍ନୀ ମୌସୁମୀ ମହାନ୍ତି ।

Get real time updates directly on you device, subscribe now.