fbpx

ଫାର୍ମାସିଷ୍ଟଙ୍କୁ ମିଳିଲା ୩ ବର୍ଷ ଜେଲ୍ ଦଣ୍ଡ, ଜାଣନ୍ତୁ କାହିଁକି…

ନୂଆଦିଲ୍ଳୀ: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତା ସାମାନ୍ୟ କମିଥିଲେ ମଧ୍ୟ ହଟିନି ସଂକଟ । ସେପଟେ କରୋନା ବିରୋଧରେ ଲଢ଼େଇ ପାଇଁ ଟିକାକୁ ହିଁ ଶେଷ ଅସ୍ତ୍ର ବୋଲି କୁହାଯାଉଛି । ଏଥିପାଇଁ କରୋନା ଟିକାକରଣକୁ ବ୍ୟାପକ କରିଛନ୍ତି ସରକାର । ବିଶ୍ୱର ପ୍ରାୟ ସବୁ ଦେଶରେ ଏଭଳି ଅବସ୍ଥା । ତେବେ ବହୁ ସ୍ଥାନରେ କରୋନା ଟିକାର ଅଭାବ ଦେଖାଦେଇଛି ଏବଂ କେତେକ ସ୍ଥାନରେ ଟିକା ନଷ୍ଟ ହେବା ଭଳି ଖବର ଆସୁଛି । ଏମିତି ଟିକା ନଷ୍ଟ ପାଇଁ ଜଣେ ଫାର୍ମାସିଷ୍ଟ ହଟହଟା ହୋଇଥିବା ଜଣାପଡ଼ିଛି ।

କରୋନା ଟିକା ନଷ୍ଟ କରିବା ଜଣେ ଫାର୍ମାସିଷ୍ଟଙ୍କୁ ମହଙ୍ଗା ପଡ଼ିଛି । ଟିକା ନଷ୍ଟ କରିବା ଅଭିଯୋଗରେ ତାଙ୍କୁ ୩ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି । ୫୦୦ ରୁ ଅଧିକ କୋଭିଡ ଟିକା ଡୋଜ ନଷ୍ଟ କରିଥିବା ଭିସ୍କୋସିନର ଜଣେ ପୂର୍ବ ଫାର୍ମାସିଷ୍ଟଙ୍କୁ ୩ ବର୍ଷ ପାଇଁ ଜେଲ ହୋଇଛି । ଆମେରିକା ମଧ୍ୟପ୍ରାଚ୍ୟ ରାଜ୍ୟର ଷ୍ଟିଭେନ ବ୍ରାଣ୍ଡେନବର୍ଗ ନାମକ ସେହି ଫାର୍ମାଷିଷ୍ଟ ଜଣକ ନିଜ ଦୋଷ ମଧ୍ୟ ସ୍ୱୀକାର କରିଛନ୍ତି । ବ୍ରାଣ୍ଡେନବର୍ଗ ସ୍ୱୀକାର କରିଛନ୍ତି କି ସେ ମିଲୱାକୀର ଅରୋରା ମେଡିକାଲ ସେଣ୍ଟରରେ ମଡର୍ଣ୍ଣା ଟିକାକୁ ଅନେକ ସମୟ ଧରି ରେଫ୍ରିଜରେଟର ବାହାରେ ରଖିଥିଲେ । ଏକ ବୟାନରେ ସେ ନିଜ ଦୋଷ ସ୍ୱୀକାର କରିବା ସହ ଏଥିପାଇଁ ନିଜକୁ ଦାୟୀ କରିଛନ୍ତି ଏବଂ ସେ କରିଥିବା କାର୍ଯ୍ୟ ପାଇଁ ଲଜ୍ଜିତ ବୋଲି କହିଛନ୍ତି । ଏହାସହ ସେ ନିଜର ସହକର୍ମୀ, ପରିବାର ତଥା ସମସ୍ତଙ୍କଠାରୁ କ୍ଷମା ମାଗିଛନ୍ତି ।

ସେପଟେ ଅରୋରା ମେଡ଼ିକାଲ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଅଧିକାଂଶ ଟିକା ନଷ୍ଟ କରିଦିଆଯାଇଛି । ତଥାପି ୫୭ ଜଣକୁ ଟିକା ଦିଆସରିଥିଲା । ହେଲେବି ଟିକା ପ୍ରଭାବୀ ଥିବା କୁହାଯାଇଛି । କିନ୍ତୁ ଏହାକୁ ନେଇ ଟିକା ନେଇଥିବା ଲୋକମାନେ ଅନିଶ୍ଚିତାରେ ରହିଥିଲେ ।

Get real time updates directly on you device, subscribe now.