fbpx

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଛି ଜାମିନ୍ । ଟାଟା କମ୍ପାନୀରେ ଚାକିରି କରାଇଦେବା ନେଇ ହୋଇଥିବା ଅଭିଯୋଗରେ ପୂର୍ବତନ ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ହାଇକୋର୍ଟରୁ ଜାମିନ୍ ମିଳିଛି । ଉଭୟଙ୍କ ନାମରେ ରହିଥିବା ଅନ୍ୟ ସମସ୍ତ ମାମଲା ବର୍ତ୍ତମାନ ବିଚାରାଧୀନ ରହିଥିବା ଜଣାପଡ଼ିଛି ।

ଟାଟା କମ୍ପାନୀରେ ଚାକିରି କରାଇଦେବା ବାହାନାରେ ଠକାମି କରାଯାଇଥିବା ନେଇ ବାପ-ପୁଅଙ୍କ ନାମରେ ଗୋଳନ୍ଥରା ଥାନାରେ ମାମଲା ଦାୟର କରାଯାଇଥିଲା । ୨ ଲକ୍ଷ ଟଙ୍କା ସହ ୨ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ସେମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟ ମାମଲା ବିଚାରାଧୀନ ରହିଥିବାରୁ ବାପ-ପୁଅ ଏବେ ଜେଲରୁ ବାହାରିବା ସମ୍ଭବପର ନୁହେଁ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ, ନିଜକୁ ଟାଟା କମ୍ପାନୀର ଏମଡି ପରିଚୟ ଦେଇ ଆକାଶ ଗଞ୍ଜାମ ଜିଲ୍ଲାର ଅନେକ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିଥିଲେ । ବାପ-ପୁଅଙ୍କ ବିଶାଳ ଅଟ୍ଟାଳିକା, ଦାମି ଗାଡ଼ି, ପ୍ଲାଟ ତଥା ସଉକକୁ ନେଇ ସେ ସମୟରେ ବହୁତ ଚର୍ଚ୍ଚା ହୋଇଥିଲା । ଭିଜିଲାନ୍ସ ଦ୍ୱାରା ଗିରଫ ହେବା ପରେ ଆଇଏଫଏସ୍ ଅଧିକାରୀ ଅଭୟକାନ୍ତଙ୍କୁ ପରବର୍ତ୍ତୀ ସମୟରେ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।

Get real time updates directly on you device, subscribe now.