fbpx

ଶରୀର ପାଇଁ ଲାଭଦାୟକ ପଇଡ଼ପାଣି: ହାର୍ଟ ଆଟାକ ଓ ଡାଇବେଟିସକୁ ଦେବ ମାତ୍

ସଂସାରରେ ଯେତେ ପ୍ରକାରର ପାନୀୟ ରହିଛି ସବୁଠାରୁ ଉତ୍ତମ ହେଉଛି ପଇଡ଼ପାଣି । ଏହାକୁ ପିଇବା ଦ୍ୱାରା ପେଟ ରୋଗଜନିତ ଅନେକ ସମସ୍ୟାର ସମାଧାନ କରାଯାଇପାରେ । ଗୋଟିଏ ପଇଡ଼ରେ ମାତ୍ର ୪ ପ୍ରତିଶତ ଫଳ ଓ ୯୪ ପ୍ରତିଶତ ଜଳ ଭାଗ ଥାଏ । ଏଥିରେ କାର୍ବସ, ଫାଇବର, ପ୍ରୋଟିନ୍, ଭିଟାମିନ୍, ମ୍ୟାଗ୍ନେସିୟମ୍, ମାଗାନିଜ୍, ପଟ୍ଟାସିୟମ, ସୋଡିୟମ୍ ଓ କ୍ୟାଲ୍ସିୟମ୍ ରହିଛି । ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍ ବି ରହିଛି ।

ପଇଡ଼ରେ ମଧୁମେହ ରୋଗ ସହ ଲଢ଼ିପାରିବାର ଶକ୍ତି ରହିଛି । ରୀତିମତ ପଇଡ଼ ପାଣି ପିଇଲେ ମଧୁମେହକୁ ଆୟତ୍ତରେ ରଖାଯାଇ ପାରେ । ଏହା ରକ୍ତରେ ଶର୍କରା ଭାଗକୁ ଆୟତ୍ତରେ ରଖେ । କେବଳ ମଧୁମେହ ନୁହେଁ, କିଡନିଜନୀତ ରୋଗ ପାଇଁ ମଧ୍ୟ ଏହା ଖୁବ୍ ଉପକାରୀ । ନିୟମିତ ପଇଡ଼ ପିଇଲେ କିଡ୍ନି ସୁସ୍ଥ ରହେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି ।

ହାର୍ଟ ଆଟାକ ରୋଗୀମାନଙ୍କ ପାଇଁ ମଧ୍ୟ ପଇଡ଼ ପାଣି ଖୁବ୍ ଉପକାରୀ । ପଇଡ଼ ପିଇଲେ ହୃଦ୍ଘାତ ହେବାର ସମ୍ଭାବନା କମ୍ ରହିଥାଏ । ରକ୍ତଚାପ ପାଇଁ ମଧ୍ୟ ପଇଡ଼ ପାଣି ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ । ବିପି ରୋଗୀ ନିୟମିତ ପଇଡ଼ ପାଣି ପିଇଲେ ଭଲ । ପରିସ୍ରା ସଂକ୍ରମଣ, ପେଟ ଗରମ, କାଶ ଆଦି ଅନେକ ରୋଗକୁ ପଇଡ଼ ପାଣି ପିଇବା ଦ୍ୱାରା ଆୟତ୍ତ କରାଯାଇ ପାରେ ।

Get real time updates directly on you device, subscribe now.