fbpx

ଆଇପିଏଲ୍ ଓ ବିଶ୍ୱ ଟେଷ୍ଟ ଚାମ୍ପିଅନଶିପରୁ ବଞ୍ଚିତ ହେବେ ଶ୍ରେୟସ ଆୟାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଯୁବ ବ୍ୟାଟର ଶେୟସ ଆୟାର ଆହତ ଜନିତ ସମସ୍ୟା ନେଇ ଚଳିତ ବର୍ଷର ଆଇପିଏଲ ଓ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ ଖେଳିବାରୁ ବଞ୍ଚିତ ହେବେ । ସୂଚନା ଯୋଗ୍ୟ ଯେ ଆୟାର ପିଠିରେ ଯନ୍ତ୍ରଣା ଅନୁଭବ କରିବା ଯୋଗୁଁ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ବ୍ୟାଟିଂ କରି ପାରି ନ ଥିଲେ । ତେଣୁ ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରୁ ବାଦ ପଡିଥିଲେ ।

ତେବେ ତୁରନ୍ତ ସେ ଆରୋଗ୍ୟ ଲାଭ କରିବା ସମ୍ଭାବନା ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣା ପଡିଛି । କାରଣ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଅତି କମରେ ୪ରୁ ୫ ମାସ ସମୟ ଦରକାର । ଆସନ୍ତା ୩୧ ତାରିଖରୁ ଆଇପିଏଲ ଅନୁଷ୍ଠିତ ହେବାକୁ ଯାଉଛି । ଏହି ସମସ୍ୟା ନେଇ ଆୟାର ମଧ୍ୟ ଗତ ଜାନୁୟାରୀ ମାସରେ ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ସୀମିତ ଓଭର ସିରଜରୁ ବାଦ ପଡି ଥିଲେ ।

ସେହିପରି କାନ୍ଧରେ ଆଘାତ ଲାଗିବା କାରଣ ନେଇ ୨୦୨୧ ଟି-୨୦ ବିଶ୍ୱକପ ଖେଳିବା ପାଇଁ ସମର୍ଥ ହୋଇ ପାରି ନ ଥିଲେ । ସେ କୋଲକାତା ନାଇଟ ରାଇଡର୍ସର ଅଧିନାୟକ ନିଯୁକ୍ତ ହୋଇ ଥିଲେ । ତେଣୁ ତାଙ୍କ ସ୍ଥାନରେ ଜଣେ ନୂଆ ଅଧିନାୟକ ନିଯୁକ୍ତି କରିବାକୁ ପଡିବ । କାରଣ ଆୟାରଙ୍କର ପିଠିରେ ଅସ୍ତ୍ରୋପଚାର ହେବ ବୋଲି ଜଣା ପଡିଛି । ତେବେ ଭାରତରେ ଅସ୍ତ୍ରୋପଚାର ହୋଇ ନ ପାରିଲେ ଲଣ୍ଡନରେ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.