fbpx

୧୦ ଡିଗ୍ରୀ ତଳେ ୧୬ଟି ସହର

ସାରା ରାଜ୍ୟରେ ଲାଗିରହିଛି ହାଡଭଙ୍ଗା ଶୀତ । କାଲି ଅପେକ୍ଷା ୧ରୁ ୨ ଡିଗ୍ରୀ ବଢ଼ିଛି ତାପମାତ୍ରା । ଲଗାତାର ତୃତୀୟ ଦିନ ପାଇଁ ସୋନପୁରରେ ସର୍ବନିମ୍ନ ତାପମାତ୍ରା ରେକର୍ଡ କରିଛି । ଆଜି ସୋନପୁରରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ରହିଛି । ଅନ୍ୟପଟେ ରାଜ୍ୟର ୧୬ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ଅନୁଗୁଳରେ ୫.୬, ପୁଲବାଣୀରେ ୬.୩ ଓ ତିତିଲାଗଡରେ ୬.୫ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡିରେ ୭ ଡିଗ୍ରୀ, କେନ୍ଦୁଝରରେ ୭.୪, ବାଲେଶ୍ୱର, ବଲାଙ୍ଗିର ଓ ସୁନ୍ଦରଗଡରେ ୮.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭବାନୀପାଟଣାରେ ୯ ଡିଗ୍ରୀ, କୋରାପୁଟରେ ୯.୨ ଓ ତାଳଚେର ଓ ବାରିପଦାରେ ୯.୪ ଡିଗ୍ରୀ ତାପମାତ୍ରା ରହିଛି ।

କଟକରେ ୯.୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱର ଓ ହୀରାକୁଦରେ ୧୦.୬ ଡିଗ୍ରୀ ତାପମାତ୍ରା ଥିବା ରେକର୍ଡ କରାଯାଇଛି ।

Get real time updates directly on you device, subscribe now.