fbpx

ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ରେଞ୍ଜର ଓ ୨ ଜେଇ

କଳାହାଣ୍ଡି,୩୦ ।୧୨(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ ସରକାରୀ ବାବୁ । କଳାହାଣ୍ଡି ଜୁନାଗଡର କୋଟିପତି ରେଞ୍ଜର ଲକ୍ଷ୍ମଣ ଶବରଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା । କଳାହାଣ୍ଡି ଏସପିଙ୍କ ନେତୃତ୍ୱରେ ଲକ୍ଷ୍ମଣଙ୍କ ବାସଭବନ ଓ ଶ୍ୱଶୁର ଘରେ ଏକକାଳୀନ ଭିଜିଲାନ୍ସ ଚଢାଉ ଚାଲିଛି ।

ସେହିପରି ଭିଜିଲାନ୍ସ ଜାଲରେ ଫସିଲେ ନବରଙ୍ଗପୁର ରାଇଘର କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ଜେନା । ଆୟ ବହିର୍ଭୁତ ମାମଲାରେ ନିରଞ୍ଜନଙ୍କ ନବରଙ୍ଗପୁର ସ୍ଥିତ ଘର ସମେତ ଭୁବନେଶ୍ୱରର ୩ଟି ଜାଗାରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର କଳିଙ୍ଗନଗର ଓ କଳାରାହାଙ୍ଗାରେ ଚଢାଉ ଜାରି ରହିଛି ।

ଅନ୍ୟପଟେ ସମାନ ଅଭିଯୋଗରେ ଜଗତସିଂହପୁର ସେସୁ ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଦୀପ୍ତିପ୍ରକାଶ ସ୍ୱାଇଁଙ୍କ ଘର ସମେତ କଟକ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଚଢାଉ ହୋଇଛି । ଚଢାଉରେ ଭିଜିଲାନ୍ସର ୫ ଜଣିଆ ଟିମ୍ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.