fbpx

ପାଟଣାଗଡରେ ଗୁଳିମାଡ

ପାଟଣାଗଡ,୩୦ ।୧୨(ଓଡିଶା ଭାସ୍କର): ବଲାଙ୍ଗିର ପାଟଣାଗଡ ଗଙ୍ଗାସାଗର ଗାଁରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି । ଗାଁର ନବୀନ ମେହେରଙ୍କ ଘରେ ଗୁଳି କରି ଲୁଟ୍ ଉଦ୍ୟମ କରିଛନ୍ତି ଡକାୟତ । ଗୁଳିମାଡ କରି ୩ ମୁଖାଧାରୀ ଦୁର୍ବୃତ୍ତ ଫେରାର ହୋଇଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ନବୀନ । କିନ୍ତୁ ନବୀନଙ୍କ ଡାହାଣ ହାତରେ ଗୁଳି ବାଜିବାରୁ ତାଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରୁ ନବୀନଙ୍କୁ ବଲାଙ୍ଗିର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.