fbpx
BSKY
BJD MC SKY
BJD YOUTH SKY

ଆସନ୍ତା ୧୨ରୁ ପୁଣି ରାଜ୍ୟକୁ ଫେରିବ ଶୀତ

ଭୁବନେଶ୍ୱର, ୧୦ା୧ (ଓଡିଶା ଭାସ୍କର): କିଛି ଦିନ ଧରି ରାଜ୍ୟରେ ଶୀତର ପ୍ରକୋପ କମିଛି । ତେବେ ପୁଣି ଶୀତ ଲେଉଟିବ ବୋଲି ଖବର ମିଳିଛି । ଆଉ ୩ ଦିନ ପରେ ପୁଣି ଶୀତର ପ୍ରତ୍ୟାଗମନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କିଛି ଦିନ ଧରି ରାଜ୍ୟରେ ପୂର୍ବ ଓ ଦକ୍ଷିଣା ବାୟୁର ପ୍ରବାହ ତଥା ଉତ୍ତରା ବାୟୁର ପ୍ରବାହରେ ବାଧା ସୃଷ୍ଟି ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ବୃଦ୍ଧି ଜାରି ରହିବ । ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା ୩ରୁ ୪ ଡିଗ୍ରୀ ରହିବା ସ୍ଥଳେ ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ରହିବ । ଏହାପରେ ପାରଦ ନିମ୍ନଗାମୀ ହୋଇ ୧୨ ତାରିଖଠାରୁ ପୁଣି ଶୀତ ଫେରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ସୂଚନା ଦେଇଛନ୍ତି ।

ଏନେଇ ପାଣିପାଗ ବିଶେଷଜ୍ଞ ସୁରେନ୍ଦନାଥ ପଶୁପାଳକ କହିଛନ୍ତି ଯେ, ୧୩ ତାରିଖ ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୨ ଡିଗ୍ରୀ, ରାଉରକେଲା ୩ ଡିଗ୍ରୀ, ବଲାଙ୍ଗିର ୪ ଡିଗ୍ରୀ ହେବା ସହ ଶୀତ ଅନୁଭୂତ ହେବ । ୧୩ରୁ ୧୫ ମଧ୍ୟରେ ଉପକୂଳରେ କୁହୁଡ଼ି ଅନୁଭୂତ ହେବ । ୧୭ ପରେ ପୁଣି ପାଗରେ ପରିବର୍ତ୍ତନ ହେବ ବୋଲି ପଶୁପାଳକ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.