fbpx
BJD SKY
BJD SKY

Video: କଲେକ୍ଟର ବାବୁଆଣୀ ଆମ ଦୁଃଖ ବୁଝ ..ତୁମେ ଆମ ଦୁଃଖ ନବୁଝିଲେ କିଏ ବୁଝିବ

BJD

ନୟାଗଡ଼: ହେ କଲେକ୍ଟର ବାବୁ ତୁମ ଗାଡ଼ି ରଖ । ଆମ ଦୁଃଖ ଟିକେ ବୁଝ । ତୁମେ ଯଦି ଆମ ଦୁଃଖ ବୁଝିବନି ତେବେ କିଏ ବୁଝିବ । ଆମେ ଏବେ ସର୍ବହରା ହୋଇଯାଇଛୁ । ଏ ବନ୍ୟା ଆମଠାରୁ ସବୁକିଛି ଛଡ଼ାଇ ନେଇଛି । ଏମିତି କହି କଲେକ୍ଟରଙ୍କ ଗାଡ଼ି ଆଗରେ ଛିଡ଼ା ହୋଇପଡ଼ିଲେ ଜଣେ ବୃଦ୍ଧା । ହେଲେ କଲେକ୍ଟର କିଛି ଶୁଣିଲେନି । ଗାଡ଼ିକୁ ସାଇଟ କରି ନେଇ ପଳାଇଲେ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କରବର ଗାଁରେ ।

ବନ୍ୟାପାଣି ଆସିଲା ସବୁ ଧୋଇ ନେଲା । ହେଲେ ଆମ ପଞ୍ଚାୟତକୁ ବନ୍ୟାଞ୍ଚଳ ଘୋଷଣା କରାଗଲା ନାହିଁ । ରିଲିଫ ମଧ୍ୟ ମିଳିଲା ନାହିଁ । ଖାଲି କଣ ଘର ବୁଡ଼ି ଗଲେ ବନ୍ୟା? ଏକର ଏକର ଚାଷ ଜମି ବୁଡ଼ିଗଲେ ବନ୍ୟା ନୁହେଁ । ଆମର ସିନା ଘର ବୁଡ଼ିନି ହେଲେ ଏକର ଏକର ଚାଷ ଜମୀ ଆଜି ପାଣିରେ ବୁଡ଼ି ରହିଛି । ଧାର କରଜ କରି ଯେଉଁ ଚାଷ କରିଥିଲୁ ଆଜି ସେ ସବୁ ବନ୍ୟାର ଆଁ ଭିତରକୁ ଚାଲିଯାଇଛି । ଘର ଚାରିପଟେ ପାଣି । କରବର ପଞ୍ଚାୟରରୁ ଯୋଗାଯୋଗ ବିଛିନ୍ନ ହୋଇଛି । ଏବେ କଣ କରିବୁ ସେ ଚିନ୍ତାରେ ପଞ୍ଚାୟତ ବାସି ଥିବାବେଳେ ଶୁଣୁନାହାଁନ୍ତି ସ୍ଥାନୀୟ ପ୍ରଶାସନ ।

Get real time updates directly on you device, subscribe now.