fbpx
BSKY
BJD SHG SKY
BJD YOUTH SKY

ନୂଆ ବର୍ଷରେ ଖୋଲିବ କଲେଜ

ଭୁବନେଶ୍ୱର, ୧୦ା୧୨ (ଓଡିଶା ଭାସ୍କର): ନୂଆବର୍ଷରେ କଲେଜ ଖୋଲିବା ନେଇ ସୂଚନା ମିଳିଛି । ଉଚ୍ଚଶିକ୍ଷା ଶିକ୍ଷା ସଚିବ ଶାଶ୍ୱତ ମିଶ୍ର କଲେଜରେ କ୍ଲାସ ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କର କ୍ଲାସ ନୂଆବର୍ଷରେ ଆରମ୍ଭ କରିବା ନେଇ ଆଶା କରାଯାଉଛି । ତେବେ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ । ୟୁଜି ଓ ପିଜି ପାଇଁ ସେମିଷ୍ଟର ଘୁଞ୍ଚିବ । ୭୦-୮୦ ଦିନ କ୍ଲାସ ଚାଲିବା ପରେ ପରୀକ୍ଷା କରାଯିବ । ଯଦି କଲେଜ ଖୋଲିବା ନେଇ ବିଳମ୍ବ ହୁଏ ତେବେ ସିଲାବସ୍ କମିପାରେ । ଅନଲାଇନ୍ ପାଠପଢ଼ାକୁ ନେଇ ଯଦି ପରୀକ୍ଷା କରାଯାଏ, ତେବେ ଫେଲ୍ ପ୍ରତିଶତ ବୃଦ୍ଧି ପାଇବ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.