fbpx

ସ୍ୱତନ୍ତ୍ରତା ଛଡ଼ାଇବାକୁ ପ୍ରଣୟନ ହୋଇଥିଲା ‘କଲୋନିକାଲ୍’ ନିୟମ, ଏହାକୁ ହଟାଯାଉନି କାହିଁକି; କେନ୍ଦ୍ରର ସୁପ୍ରିମକୋର୍ଟକୁ ପ୍ରଶ୍ନ

ନୂଆଦିଲ୍ଲୀ: “କଲୋନିକାଲ୍” କୁ ଦେଶଦ୍ରୋହ ଆଇନ୍ ବୋଲି କହିଲେ ସୁପ୍ରିମକୋର୍ଟ । ବ୍ରିଟିଶ ଉପନିବେଶୀୟ ଶାସନ କାଳରେ ଏହି ଆଇନ୍ ପ୍ରଣୟନ କରାଯାଇଥିଲା । କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପରେ ଏହି ଆଇନ୍ ଦରକାର ପଡ଼ୁଛି । ଏହି ଆଇନ୍ ବିଭିନ୍ନ ଅନୁଷ୍ଠାନ ପାଇର୍ ବିପଦ ଏବଂ ଏହାଦ୍ୱାରା କ୍ଷମତାର ଅପବ୍ୟବହାର ହେଉଛି । ଏହାସହିତ ଏହି ଦେଶଦ୍ରୋହ ଆଇନ୍ ର ବୈଧତା ନେଇ ଅନୁଧ୍ୟାନ କରାଯିବ । ତେବେ ଏହି ଭଳି କିଛି ମତ ରଖିଥିଲେ ସୁପ୍ରିମକୋର୍ଟ । ଜଣେ ଆର୍ମି ଅଫିସରଙ୍କ ପିଟିସନ୍ ର ଶୁଣାଣି ବେଳେ ମତ ରଖିଛନ୍ତି ସୁପ୍ରିମକୋର୍ଟ ।

ବିବାଦ ଅନୁଯାୟୀ, ଏହି କଲୋନିକାଲ୍ ନିୟମ ଇଂରେଜ ମାନଙ୍କ ଦ୍ୱାରା ଲାଗୁ କରାଯାଇଥିଲା ଏବଂ ତାହା ପୁଣି ମହାତ୍ମା ଗାନ୍ଧି, ବାଲ୍ ଗଙ୍ଗାଧର ତିଲକଙ୍କ ବିରୋଧରେ ବ୍ୟବହାର କରାଯାଇଥିଲା । ଲୋକଙ୍କ ସ୍ୱତନ୍ତ୍ରତାକୁ ଦବାଇବାକୁ ଏହି ନିୟମକୁ ବ୍ୟବହାର କରାଯାଉଥିଲା । ତେବେ କଣ ସ୍ୱାଧୀନତାକୁ ୭୫ ବର୍ଷ ପୂରିବା ପରେ ବି ଏହିଭଳି ଆଇନ୍ ର ଦରକାର ପଡ଼ୁଛି ବୋଲି ମୁଖ୍ୟ ନ୍ୟାୟାଧୀଶ ଏନ.ଭି ରମନା ଆଟର୍ନି ଜେନେରାଲ୍ କେକେ ବେଣୁଗୋପାଲ୍ ଙ୍କୁ ପ୍ରଶ୍ନ କରିଥିଲେ ।

Get real time updates directly on you device, subscribe now.