CHARIDHAM

ମହିଳାଙ୍କ ଶାରୀରିକ ଗଠନକୁ ନେଇ କମେଣ୍ଟ ବି ଯୌନ ଉତ୍ପୀଡ଼ନ: ହାଇକୋର୍ଟ

ମହିଳାଙ୍କର ଶାରୀରିକ ଗଠନ ଉପରେ କମେଣ୍ଟ କରିବା ଅପରାଧ

ଥିରୁଅନନ୍ତପୁର: ମହିଳାଙ୍କର ଶାରୀରିକ ଗଠନ ଉପରେ କମେଣ୍ଟ କରିବା ଅପରାଧ। ଏହା ଯୌନ ଉପୀଡ଼ନ ସହ ସମାନ। କେରଳ ଷ୍ଟେଟ୍ ଇଲେକ୍ଟ୍ରିସିଟି ବୋର୍ଡ (କେଏସ୍‌ଇବି)ର ଜଣେ ପୂର୍ବତନ କର୍ମଚାରୀ ତାଙ୍କ ବିରୋଧରେ ଜଣେ ମହିଳା ସହକର୍ମୀଙ୍କ ଦ୍ବାରା ଦାୟର ହୋଇଥିବା ଯୌନ ନିର୍ଯାତନା ମାମଲାକୁ ରଦ୍ଦ କରିବା ପାଇଁ କରିଥିବା ଆବେଦନକୁ ଖାରଜ କରି ଜଷ୍ଟିସ୍ ଏ ବଦରୁଦ୍ଦିନ ଏହି ରାୟ ଦେଇଛନ୍ତି।

ଅଭିଯୁକ୍ତ ତାଙ୍କ ଅଫିସ୍‌ରେ କାମ କରୁଥିବା ଜଣେ ମହିଳା କର୍ମଚାରୀଙ୍କ ପକ୍ଷରୁ ଦାଖଲ ଯୌନ ଉତ୍ପଡ଼ନ ମାମଲାକୁ ଖାରଜ କରିବାକୁ ଦାବି କରିଥିଲେ। ନିଜର ଅଭିଯୋଗରେ ମହିଳା ଦର୍ଶାଇଥିଲେ ଯେ, ଅଭିଯୁକ୍ତ ୨୦୧୩ରେ ତାଙ୍କ ବିରୋଧରେ ଅଭଦ୍ର ଭାଷାର ବ୍ୟବହାର କରିଥିଲେ। ପରେ ୨୦୧୬-୧୭ରେ ତାଙ୍କୁ ଆପଭିଜନକ ମେସେଜ୍ ଓ ଭଏସ୍ କଲ୍ ପଠାଇବା ଆରମ୍ଭ କରିଥିଲେ। ଏଥିଯୋଗୁ ବ୍ୟତିବ୍ୟସ୍ତ ହୋଇ ସେ ଉପରିସ୍ଥ ଅଧିକାରୀଙ୍କ ସମେତ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପରେ ତାଙ୍କ ବିରୋଧରେ ଏ ନେଇ ଏକ ମମଲା ରୁଜୁ ହୋଇଥିଲା ।

ତେବେ ଅଭିଯୁକ୍ତ ଯୁକ୍ତି ବାଢ଼ିଥିଲେ ଯେ ଆଇପିସିର ସମ୍ପୃକ୍ତ ଧାରା ଏବଂ କେରଳ ରଳ ପୁଲିସ ଆକ୍ଟ ଅନୁଯାୟୀ କେବଳ ଜଣେ ବ୍ୟକ୍ତିଙ୍କ ‘ସୁନ୍ଦର ଶରୀର ଗଠନ’ ବିଷୟରେ ମନ୍ତବ୍ୟକୁ ଯୌନ ଉତ୍ପଡ଼ନ ମନ୍ତ ମନ୍ତବ୍ଯ ଭାବରେ ବିବେଚନା କରାଯାଇ ରାଯାଇପାରିବ ନାହିଁ। ତେଣୁ ତାଙ୍କ ବିରୋଧରେ ମାମଲାକୁ ରଦ୍ଦ କରାଯିବା ଦରକାର। କୋର୍ଟ ଅଭିଯୁକ୍ତଙ୍କର ଓକିଲଙ୍କ ଯୁକ୍ତିକୁ ଖାରଜ କରିଛନ୍ତି। କହିଛନ୍ତି, କୌଣସି ମହିଳାଙ୍କର ଶାରୀରିକ ଗଠନ ଉପରେ କମେଣ୍ଟ କରିବା ଯୌନ ଉପୀଡ଼ନ ସହ ସମାନ। ଏହି ମାମଲାରେ ମହିଳାଙ୍କୁ ହଇରାଣ କରିବା ଓ ତାଙ୍କର ଗରିମାକୁ ଆଘାତ ପ‌ହ‌ଞ୍ଚାଇବ ହଞ୍ଚାଇବା ହିଁ ଅଭିଯୁକ୍ତଙ୍କର ଉଦ୍ଦେଶ୍ୟ ଥିଲା । ତେଣୁ ତାଙ୍କ ବିରୋଧରେ ମାମଲାକୁ ଖାରଜ କରାଯାଇପାରିବ ନାହିଁ।