fbpx

କମିଶନରେଟ ଅଫିସ ହୋଇଗଲା ଅନ୍ଧାର: ପୋଲିସ କାର୍ଯ୍ୟାଳୟରେ ‘Earth Hour’ ପାଳନ

ଭୁବନେଶ୍ୱର: କଟକ-ଭୁବନେଶ୍ୱର କମିସନରେଟ ପୋଲିସ କାର୍ଯ୍ୟାଳୟରେ ପାଳନ ହୋଇଛି ଆର୍ଥ ଆୱାର । ଶକ୍ତି ସଞ୍ଚୟ ସହ ପରିବେଶ ସଚେତନତା ପାଇଁ ସାରା ବିଶ୍ୱରେ ଆଜି ଏହି ସମୟ ପାଳନ କରାଯାଇଛି । ଭାରତ ସମତେ ବିଶ୍ୱର ଅନେକ ରାଷ୍ଟ୍ର ରାତି ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ଅଦରକାରୀ ଲାଇଟକୁ ବନ୍ଦ କରି ସୃଷ୍ଟି କରିଛନ୍ତି ଏକ ବିରାଟ ଉଦାହରଣ । ଏହାର ପ୍ରତିଫଳନ ଓଡିଶାର ରାଜଦାନୀ ଭୁବନେଶ୍ୱରରେ ମଧ୍ୟ ଦେଖିବାକୁ ମିଳିଛି ।

ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଭୁବନେଶ୍ୱର ପୋଲିସ କାର୍ଯ୍ୟାଳୟରେ ଅନ୍ଧକାର କରାଯାଇଥିଲା । ୨୦୦୭ ମସିହାରୁ ୱାର୍ଲଡ ୱାଇଡ ଫଣ୍ଡ ଫର୍ ନେଚର ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ଏହି ଆର୍ଥ ଆଓ୍ବାର ପାଳନ କରାଯାଏ । ଏହି ଅଭିଯାନ ପ୍ରଥମେ ଅଷ୍ଟ୍ରେଲିଆ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସାରା ବିଶ୍ୱର ୧୮୭ଟି ଦେଶ ଏହାକୁ ଗ୍ରହଣ କରିଛନ୍ତି । ଏହାକୁ ସମ୍ମାନ ଦେଇ ଆଜି କମିସନରେଟ ପୋଲିସ କାର୍ଯ୍ୟାଳୟର ସମସ୍ତ ଲାଇଟ ବନ୍ଦ କରାଯାଇଛି । ତେଣୁ ୮.୩୦ରୁ ୯.୩୦ ପର୍ଯ୍ୟନ୍ତ ବିଲ୍ଡିଂର ଭିତର ଏବଂ ବାହାର ଲାଇଟ ବନ୍ଦ ହୋଇଥିଲା ।

ତେବେ ଆଶା ଅନୁସାରେ ରାଜ୍ୟ ଅନେକ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ଏହାର ପାଳନ ହୋଇ ନଥିବା ଦେଖାଯାଇଛି । ଯାହାଦ୍ୱାରା ରାଜଧାନୀରେ ଆର୍ଥ ଆୱାର ଅଭିଯାନ ସାମାନ୍ୟ ଫିକା ପଡିଛି । ପ୍ରତିବର୍ଷ ଏହାକୁ ନେଇ ଗଣମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ସେମାନଙ୍କ ପାଇଁ ଏହି ବାର୍ତ୍ତା ପାଣିର ଗାର ପାଲଟି ଯାଉଛି । ତେଣୁ ଏହାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ସରକାରଙ୍କୁ କିଛି ନୂଆ ଯୋଜନା କିମ୍ବା ନୂଆ ପନ୍ଥା ଅବଲମ୍ବନ କରିବାକୁ ପଡିବ ।

Get real time updates directly on you device, subscribe now.