fbpx
BJD SKY
BJD SKY

ଛୁଆ ଜନ୍ମ କଲେ ମିଳିବ ୬୨ ଲକ୍ଷ ଟଙ୍କା: କମ୍ପାନୀ ଦେଉଛି ଏହି ଅଫର୍

BJD

ନୂଆଦିଲ୍ଲୀ: ଦୁନିଆ ବହୁତ ବଡ ଏବଂ ବିଭିନ୍ନ ଦେଶର ନିଜସ୍ୱ ସମସ୍ୟା ରହିଛି । କେତେକ ଅର୍ଥନୈତିକ ଚ୍ୟାଲେଞ୍ଜ ସହ ସଂଘର୍ଷ କରୁଥିବାବେଳେ କିଛି ଦେଶରେ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତଥାପି, ଆଜି ବି ଦୁନିଆରେ ଅନେକ ଦେଶ ଅଛି ଯେଉଁଠାରେ ଶିଶୁମାନଙ୍କର ଜନ୍ମ ହାର ଏକ ସମସ୍ୟା ହୋଇ ରହିଥାଏ । ଏହିପରି ଏକ ଦେଶର ନିର୍ମାଣକାରୀ କମ୍ପାନୀ ଦକ୍ଷିଣ କୋରିଆ ଲୋକମାନଙ୍କୁ ବହୁତ ଭଲ ଅଫର ଦେଉଛି ।

ଦି ବୋଇଙ୍ଗ ଗ୍ରୁପ୍ ନାମକ ଏହି କମ୍ପାନୀ ବିଷୟରେ ଅନେକ ଆଲୋଚନା ହେଉଛି, ଯାହାକି କର୍ମଚାରୀମାନଙ୍କୁ ଛୁଆ ଜନ୍ମ କରିବା ଉପରେ ପୁରସ୍କାର ସ୍ୱରୂପ ଟଙ୍କା ପ୍ରଦାନ କରୁଛି । କୌତୁହଳର ବିଷୟ ହେଉଛି ଏହା ଏକ ଥରକର ଅଫର ନୁହେଁ । ପ୍ରତ୍ୟେକ ଥର ଶିଶୁ ଜନ୍ମ ହେଲେ କମ୍ପାନୀ କର୍ମଚାରୀଙ୍କୁ ୬୨ ଲକ୍ଷ ଟଙ୍କା ପୁରସ୍କାର ଦେବ । ଲୋକମାନେ ଏହି ପ୍ରୋତ୍ସାହନ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି କିନ୍ତୁ କମ୍ପାନୀ କହିଛି ଯେ ସେମାନେ ଏହା ମାଧ୍ୟମରେ ଜନସଂଖ୍ୟା ବୃଦ୍ଧି କରିବାକୁ ଚାହୁଁଛନ୍ତି ।

ସମସ୍ତ କର୍ମଚାରୀ ଲାଭ ପାଇବେ :-
କମ୍ପାନୀର ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, କମ୍ପାନୀର ଯେକୌଣସି କର୍ମଚାରୀ, ଯାହାର ଘରେ ଛୁଆ ଜନ୍ମ ହୋଇଛି, ତାଙ୍କୁ ୧୦୦ ମିଲିୟନ କୋରିଆନ୍ ୱାନ୍ ଅର୍ଥାତ୍ ପ୍ରାୟ ୬୨.୩୪ ଲକ୍ଷ ଟଙ୍କା ଦିଆଯିବ । ଏଥିପାଇଁ କମ୍ପାନୀ ଏକ ପୃଥକ ବଜେଟ୍ ପ୍ରସ୍ତୁତ କରିଛି ଯାହାକି ୪୩.୬ କୋଟି ଟଙ୍କାର ରହିଛି । ୭୦ ଟି ସନ୍ତାନ ଜନ୍ମ ପାଇଁ କମ୍ପାନୀ ଟଙ୍କା ଦେଇସାରିଛି । ଏହି ସୁବିଧା ଉଭୟ ପୁରୁଷ ଏବଂ ମହିଳା କର୍ମଚାରୀଙ୍କ ପାଇଁ ଉପଲବ୍ଧ ରହିଛି । କମ୍ପାନୀ ଚେୟାରମ୍ୟାନ୍ ଲି ଜଙ୍ଗ କ୍ୟୁନ୍ କହିଛନ୍ତି ଯେ, ଏହି ଆର୍ôଥକ ସହାୟତା କର୍ମଚାରୀମାନଙ୍କୁ ପିଲାମାନଙ୍କୁ ବଂଚାଇବାରେ ସାହାଯ୍ୟ କରିବ ଏବଂ ସେମାନଙ୍କର ଅଧିକରୁ ଅଧିକ ଛୁଆ ଜନ୍ମ କରିବେ ।

ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ଦକ୍ଷିଣ କୋରିଆରେ ଜନ୍ମ ହାର ହ୍ରାସ ପାଇବା । ବିଶ୍ୱରେ ସର୍ବନିମ୍ନ ପ୍ରଜନନ ହାର ଥିବା ଦକ୍ଷିଣ କୋରିଆରେ ଜନ୍ମ ହାର ୦.୭୮ ଅଟେ, ଯାହା ପରିସଂଖ୍ୟାନ ଅନୁଯାୟୀ କୋରିଆ ଆହୁରି ହ୍ରାସ ପାଇବ । କମ୍ପାନୀ ଏହିପରି ଯୋଜନା ମାଧ୍ୟମରେ ପିଲାମାନଙ୍କୁ ଜନ୍ମ ଦେବା ପାଇଁ ଉତ୍ସାହିତ କରୁଛି । କେବଳ ଏତିକି ନୁହେଁ, ତିନି ପିଲା ଥିବା କର୍ମଚାରୀମାନେ ଏକ ଭଡା ଘର ଏବଂ ୧.୮ କୋଟି ଟଙ୍କା ବାଛିବା ପାଇଁ ସୁବିଧା ପାଇବେ । କମ୍ପାନୀ ଏଥିପାଇଁ ୨ ଲକ୍ଷ ୭୦ ହଜାର ଘର ନିର୍ମାଣ କରିଛି ।

Get real time updates directly on you device, subscribe now.