ଚେନ୍ନାଇ: କର୍ମଚାରୀଙ୍କୁ ବିଦେଶ ବୁଲେଇ ନେଇଛି ଚେନ୍ନାଇର ଏକ କମ୍ପାନୀ । ତାପୁଣି ଜଣେ କି ଦୁଇ ଜଣଙ୍କୁ ନୁହେଁ । ବରଂ ୧୦୦୦ କର୍ମଚାରୀଙ୍କୁ ଏହି କମ୍ପାନୀ ବିଦେଶ ବୁଲେଇବାକୁ ନେଇଛି । ହଜାର କର୍ମଚାରୀଙ୍କ ସ୍ପେନ୍ ବୁଲା ସାଙ୍ଗକୁ ସେଠାରେ ରହଣୀ, ଖାଇବା ଖର୍ଚ୍ଚ ମଧ୍ୟ ବହନ କରିବ କମ୍ପାନୀ । ପ୍ରୋଫିଟ୍- ଶେୟାର ବୋନାଞ୍ଜା ପ୍ରୋଗ୍ରମରେ ଏହି କମ୍ପାନୀ ତା’ର କର୍ମଚାରୀମାନଙ୍କୁ ବୁଲେଇ ନେବ । ଗତବର୍ଷ ଚେନ୍ନାଇର ରିୟଲିଷ୍ଟେଟ୍ ଡେଭଲପର କାସାଗ୍ରାଣ୍ଡ ନିଜ କର୍ମଚାରୀଙ୍କୁ ଅଷ୍ଟ୍ରେଲିଆ ବୁଲେଇ ନେଇଥିଲା । କାସାଗ୍ରାଣ୍ଡର ଏ ନିଷ୍ପତ୍ତି ପଛର ମୂଳ କାରଣ ହେଉଛି, ତା’ ପାଇଁ କାମ କରୁଥିବା ନିଷ୍ଠାପର କର୍ମଚାରୀଙ୍କୁ ବାଛିବା । ସ୍ପେନ୍ ଭ୍ରମଣ ଏହି ଲୋକମାନଙ୍କ ପରିଶ୍ରମ ଓ କର୍ତ୍ତବ୍ୟପରାୟଣର ଉପହାର । ବିଦେଶ ଭ୍ରମଣ ପାଇଁ ଚୟନ ହୋଇଥିବା କର୍ମଚାରୀ ସେଲ୍ ଟାର୍ଗେଟ୍ ଠିକ୍ ସମୟ ଏବଂ ଲାଷ୍ଟ ଡେଟ୍ ପୂର୍ବରୁ ପୂରା କରିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି । ଟ୍ରିପର ଅବଧି ସପ୍ତହେ ହୋଇଥିବାବେଳେ ୭ଦିନର ଦରମା ମଧ୍ୟ ସେମାନଙ୍କୁ ମିଳିବ ।
୨୦୧୩ରୁ କମ୍ପାନୀ ଏ ପ୍ରୋଗ୍ରାମ ଆରମ୍ଭ କରିଥିଲା । ଯେଉଁଥିରେ ସେ ୫୦ ଜଣ କର୍ମଚାରୀଙ୍କୁ ସିଙ୍ଗାପୁର ନେଇଥିଲା । ଏବେସୁଦ୍ଧା କାସାଗ୍ରାଣ୍ଡର କର୍ମଚାରୀମାନେ ଦୁବାଇ, ମାଲେସିଆ, ଲଣ୍ଡନ ଭଳି ଜାଗା ବୁଲିସାରିଲେଣି । କମ୍ପାନୀରେ ଥିବା ବିଭିନ୍ନ ବିଭାଗରୁ ଏ କର୍ମଚାରୀଙ୍କ ନାମକୁ ବଛାଯାଏ । ସେମାନଙ୍କ କାର୍ଯ୍ୟ ଏବଂ ଆଚିଭମେଣ୍ଟକୁ ଦୃଷ୍ଟିରେ ରଖି କନିଷ୍ଠଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ସୂଚୀ ତିଆରି ହୁଏ । ତେବେ ସ୍ପେନ୍ ଯିବା ପାଇଁ ଚୟନ ହୋଇଥିବା ୧୦୦୦ କର୍ମଚାରୀ ଉଭୟ ଚେନ୍ନାଇ ଏବଂ ଦୁବାଇରେ ଥିବା କାର୍ଯ୍ୟାଳୟରୁ ଚୟନକରାଯାଇଛି । ଦୁଇଟିଯାକ ସ୍ଥାନରୁ ଏକାଠି ହୋଇ କର୍ମଚାରୀ ସ୍ପେନ ଯିବେ । ଯେଉଁଠାରେ ସେମାନେ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ସ୍ଥାନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପୋଭୋଗ କରିବେ ।