fbpx
BSKY
BJD SHG SKY
BJD YOUTH SKY

ଦୁଷ୍କର୍ମରୁ ଜନ୍ମ ନେଇଥିବା ଶିଶୁକୁ ବି କ୍ଷତିପୂରଣ ଦେବ ଅଭିଯୁକ୍ତ- ହାଇକୋର୍ଟର ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ବମ୍ବେ ହାଇକୋର୍ଟ ଶନିବାର ଦିନ ଏକ ଦୁଷ୍କର୍ମ ମାମଲାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ଏହି ମାମଲାରେ ଜଣେ ନାବାଳିକା ବଳାତ୍କାରର ଶିକାର ହୋଇଥିଲେ । କୋର୍ଟ ଅଭିଯୁକ୍ତର ଆଜୀବନ କାରାଦଣ୍ଡର ସଜ୍ଜାକୁ କମାଇ ୧୦ ବର୍ଷ କରିଦେଇଛନ୍ତି । ଏହା ସହିତ କୋର୍ଟ କହିଛନ୍ତି ଯେ, ବଳାତ୍କାର ଦ୍ୱାରା ଗର୍ଭବତୀ ହେଲେ ସେଥିରେ ଯେଉଁ ଶିଶୁ ଜନ୍ମ ନେଉଛି ସେ ମଧ୍ୟ ଅପରାଧର ଶିକାର ହୋଇଥାଏ । ତେଣୁ ଉକ୍ତ ଶିଶୁକୁ ବି ପର୍ଯ୍ୟାପ୍ତ କ୍ଷତିପୂରଣ ଦିଆଯିବ । କୋର୍ଟ ଏହି ମାମଲାରେ ପୀଡ଼ିତାଙ୍କ ଶିଶୁକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ୍ ସାଧନା ଯାଦବ ଓ ଜଷ୍ଟିସ୍ ପୃଥ୍ୱୀରାଜ ଚହ୍ୱାନଙ୍କ ଖଣ୍ଡପୀଠରେ ଏହି ଆଦେଶ ଜାରି କରିଛନ୍ତି । ପ୍ରସବ ପରେ ମୃତ୍ୟୁବରଣ କରିଥିବା ବଳାତ୍କାର ପୀଡ଼ିତାଙ୍କ ଠାରୁ ଜନ୍ମ ନେଇଥିବା ଶିଶୁକୁ ଝିଅର ପରିବାର ଏବଂ ଦୋଷୀର ପରିବାର ଛାଡିଦେଲେ । ଏବେ ଉକ୍ତ ଶିଶୁ ଏକ ଅନାଥ ଆଶ୍ରମରେ ରହୁଛି । ଏହା ଜାଣିବା ପରେ ବମ୍ବେ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ତେଣୁ କ୍ଷତିପୂରଣ ଆକାରରେ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ ଯେ, ଏହି ମାମଲା ୨୦୧୫ ମସିହାର । ପୋଲିସ୍ କହିବା କଥା ଯେ, ମୁମ୍ବାଇରେ ରହୁଥିବା ୨୯ ବର୍ଷିୟ ରମେଶର ଏକ ନାବାଳିକାଙ୍କ ସହିତ ସମ୍ବନ୍ଧ ଥିଲା । ସେ ସମୟରେ ନାବାଳିକା ଜଣକ ହାଇସ୍କୁଲରେ ପଢ଼ୁଥିଲେ । ପରେ ରମେଶ ନାବାଳିକାଙ୍କ ଠାରୁ ଦୂରେଇ ଯାଇଥିଲେ । ଏହାର କିଛି ଦିନ ପରେ ନାବାଳିକା ଜଣକ ଗର୍ଭବତୀ ହୋଇଯାଇଥିଲେ ଓ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଶିଶୁକୁ ଜନ୍ମ ଦେବାର ଚାରିଦିନ ପରେ ନାବାଳିକାଙ୍କର ମୃତ୍ୟୁ ହୋଇଯାଇଥିଲା ।

Get real time updates directly on you device, subscribe now.