fbpx

ପଞ୍ଚାୟତ ଭୋଟ୍: ୨୩୦ ଜୋନରେ ବାଜି ମାରିଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ପ୍ରତମ ଦିନରେ ୩୧୫ ଜୋନରୁ ୨୫୬ର ଆସିଲା ଫଳାଫଳ । ପ୍ରଥମ ଦିନରେ ବହୁ ସିଟ୍ ସହ ବିଜେଡି ଆଗରେ ରହିଛି । ୨୩୦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧୨ଟି ଜୋନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ଏହା ସହ ୧୦ଟି ଜୋନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବାଜି ମାରିଛନ୍ତି । ୨ଟି ଆସନରେ ଅନ୍ୟାନ୍ୟ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

ତେବେ ସୋହୋଲାରେ ବିଜେଡି ବିଜୟୀ ହୋଇଛି । ବରଗଡ଼ ଜିଲ୍ଲା ସୋହୋଲାର ଜୋନ ୧ରୁ ବିଜେଡିର ଜାଇଫୁଲ ସିଂ ବରିହା ବିଜୟୀ ହୋଇଛନ୍ତି । ସେହିପରି ରାୟଗଡ଼ ୧୨ ଜୋନରେ ବିଜେଡି ପ୍ରାର୍ଥୀ ଦାର୍ଜିନ ଶବର ୧୪୦୦ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

Get real time updates directly on you device, subscribe now.