fbpx

ଆକ୍ସନ୍ ମୋଡ଼ରେ ରାଜ୍ୟ ସରକାର: ଆଉ ୬ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ସରକାର ଆଉ ୬ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ୬ ଜଣଙ୍କ ମଧ୍ୟରେ ୩ ଜଣ ନିର୍ବାହୀ ଯନ୍ତ୍ରୀ, ଜଣେ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀ ଥିବା ଜଣାପଡିଛି । ନିର୍ବାହୀ ଯନ୍ତ୍ରୀ ସରୋଜ ଦାସ, କରୁଣାକର ଘଡ଼ାଇ ଓ ନୟାନିଧି ସାମଲଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ଏହା ସହ ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ନୂଆପଡ଼ା ଏସିଏସଓ ରତ୍ନାକର ସେଠୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେହିପରି ଅନୁଗୁଳର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କୁ ବି ଅବସର ଦିଆଯାଇଛି । ତେବେ ଦୁର୍ନୀତିଗ୍ରସ୍ତ ଲୋକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଠୋର ଆଭିମୁଖ୍ୟ ଜାରି ରହିଛି । ଏପର୍ଯ୍ୟନ୍ତ ୧୫୮ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇସାରିଛି ।

Get real time updates directly on you device, subscribe now.