fbpx

ସିଙ୍ଗିଡ଼ାରୁ ବାହାରିଲା କଣ୍ଡୋମ୍, ଗୁଟଖା ଓ ପଥର: ଘଟଣା ଶୁଣି ଲୋକେ କାବା

ନୂଆଦିଲ୍ଲୀ: ସିଙ୍ଗିଡ଼ା ସାଙ୍ଗକୁ ଚଟଣି ମିଶାଇ ଖାଇବାର ମଜା କିଛି ଅଲଗା । ତେବେ ଆଜିକାଲି ବାହାରୁ କୌଣସି ଖାଦ୍ୟ ଖାଇବା ସମୟରେ ଅତ୍ୟନ୍ତ ସତର୍କ ରହିବା ଆବଶ୍ୟକ । କାରଣ ଅନେକ ସମୟରେ ଖାଦ୍ୟରୁ କିଛି ମଲା ଜନ୍ତୁ ଓ ଅପରିଷ୍କାର ଦ୍ରବ୍ୟ ମିଳିଥାଏ । ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଖାଇବା ସିଙ୍ଗିଡ଼ାରୁ କଣ୍ଡୋମ, ପଥର ଓ ଗୁଟଖା ପରି ଆପତ୍ତିଜନକ ଜିନିଷ ବାହାରିଛି ।

ସୂଚନା ମୁତାବକ, ମହାରାଷ୍ଟ୍ରର ପୁଣେର ଏକ କମ୍ପାନୀର କ୍ୟାଣ୍ଟିନରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସମୋସାରୁ କଣ୍ଡୋମ, ପଥର, ତମ୍ବାଖୁ ଓ ଗୁଟଖା ପରି କିଛି ଆପତ୍ତିଜନକ ସାମଗ୍ରୀ ମିଳିଥିଲା । ଏହା ପରେ ପୋଲିସ ଏହି ମାମଲାର ଯାଞ୍ଚ କରିବା ସହ ୫ ଜଣଙ୍କ ନାମରେ ମାମଲା କରି ଜଣଙ୍କୁ ଗିରଫ କରିଛି । ପୁଣେର ପିମ୍ପରୀ-ଚିଞ୍ଚବଡ଼ ସ୍ଥିତ ଏକ ପ୍ରତିଷ୍ଠିତ ଅଟୋମୋବାଇଲ କମ୍ପାନୀର କ୍ୟାଣ୍ଟିନରେ ଗ୍ରାହକଙ୍କୁ ପରସା ଯାଇଥିବା ସମୋସାରୁ ଏହିସବୁ ଜିନିଷ ସବୁ ବାହାରିଥିଲା ।

ଜଣେ ନୂଆ ଠିକାଦାରଙ୍କ ଠାରୁ କ୍ୟାଟେରିଂର ଠିକା ହାସଲ କରିବା ପାଇଁ ଜଣେ ବ୍ୟବସାୟୀ ଏଭଳି ଏକ ଭୟଙ୍କର ଯୋଜନା ପ୍ରସ୍ତୁତ କରିଥିବା ପୋଲିସ ଯାଞ୍ଚରୁ ଜଣାପଡ଼ିଛି । କ୍ୟାଣ୍ଟିନର କଣ୍ଟ୍ରାକ୍ଟ ଶେଷ ହେବାକୁ ନେଇ ଅଭିଯୁକ୍ତ ରହିମ ଶେଖ ନାରାଜ ଥିଲେ । ଏସଆରଏସ ଏଣ୍ଟରପ୍ରାଇଜେସ ନାମକ ଏକ କମ୍ପାନୀକୁ ସମୋସାର କଣ୍ଟ୍ରାକ୍ଟ ଦିଆଯାଇଥିଲା । ତେବେ ଏହି କମ୍ପାନୀ ସମୋସା ସପ୍ଲାଇ କରିବା ପରେ ଦିନେ ବ୍ୟାଣ୍ଡେଡ ବାହାରିଥିଲା । ଏହାପରେ ଅନ୍ୟ ଏକ କମ୍ପାନୀ ମନୋହର ଏଣ୍ଟରପ୍ରାଇଜେସକୁ କଣ୍ଟ୍ରାକ୍ଟ ଦିଆଯିବାରୁ ରହିମ ଏକ ଷଡ଼ଯନ୍ତ୍ର ରଚିଥିଲେ । ଏହାପରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିମ ମନୋହର କମ୍ପାନୀରେ ନିଜର ଦୁଇଜଣ କର୍ମଚାରୀଙ୍କୁ ଭର୍ତ୍ତି କରାଇଥିଲେ । ସେ ଦୁହେଁ କଣ୍ଡୋମ, ତମ୍ବାଖୁ, ପଥରକୁ ନେଇ ସମୋସା ପ୍ରସ୍ତୁତ କରିଥିଲେ । ଏହାପରେ କମ୍ପାନୀର କର୍ମଚାରୀମାନେ ସମୋସା ଖୋଲିବା ପରେ ଆପତ୍ତିଜନକ ଜିନିଷ ପାଇଥିଲେ । ଏନେଇ ସେମାନେ ଅଭିଯୋଗ ଦାୟର କରିଥିଲେ ।

Get real time updates directly on you device, subscribe now.