fbpx

ପାକିସ୍ତାନୀମାନେ ବେଲୁନ୍ ବଦଳରେ କଣ୍ଡୋମ ବ୍ୟବହାର କରି ପାଳିଲେ ଉତ୍ସବ, ଦେଖନ୍ତୁ Video

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନ ସମାପ୍ତ ହେବା ପରେ ସାରା ଦେଶରେ ଉତ୍ସବ ମଧ୍ୟ ପାଳନ ହେଉଛି । ଆର୍ôଥକ ସଙ୍କଟ ଏବଂ ଦୁଃଖ ଦେଇ ଗତି କରୁଥିବା ପାକିସ୍ତାନରେ ନିର୍ବାଚନ ଉତ୍ସବର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଲୋକମାନେ ବେଲୁନ୍ ଭାବରେ କଣ୍ଡୋମ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ପାକିସ୍ତାନର ନିର୍ବାଚନ ଉତ୍ସବର ଭିଡିଓ ଦେଖିବା ପରେ ସୋସିଆଲ ମିଡିଆରେ ବହୁତ ମଜା ଉଡ଼ାଯାଉଛି । ଉପଭୋକ୍ତାମାନେ ମଧ୍ୟ ଏହି ଭିଡିଓକୁ ବ୍ୟାପକ ଭାବରେ ସେୟାର କରୁଛନ୍ତି ।

ପାକିସ୍ତାନ ସାଧାରଣ ନିର୍ବାଚନକୁ ନେଇ ପୂର୍ବରୁ ଅନେକ ଆଶଙ୍କା ରହିଥିବାବେଳେ ବର୍ତ୍ତମାନ ଆସିଥିବା ଫଳାଫଳ ସମସ୍ତଙ୍କୁ ଆଚମ୍ବିତ କରିଛି । ଭୋଟରମାନେ ଇମ୍ରାନ ଖାନଙ୍କ ସମର୍ଥିତ ପ୍ରାର୍ଥୀଙ୍କୁ ବ୍ୟାପକ ସମର୍ଥନ ଦେଇଛନ୍ତି । ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ରହିଛନ୍ତି ପିଟିଆଇ ସମର୍ଥିତ ପ୍ରାର୍ଥୀ । ଇମ୍ରାନଙ୍କ ସମର୍ଥିତ ପ୍ରାର୍ଥୀ ବିପୁଳ ଭୋଟ ପାଇବା ପରେ ବିରୋଧୀଙ୍କୁ ଲାଗିଛି ଝଟକା । ପିଟିଆଇ ସମର୍ଥିତ ପ୍ରାର୍ଥୀ 92ଟି ଆସନରେ ଜିତିଥିବାବେଳେ ପିଏମଏଲ 71ଟି ସିଟ୍ ପାଇଛି।

ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ୍ ଏବଂ ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ ସମର୍ଥିତ ବିଧାୟକ ଭଲ ପ୍ରଦର୍ଶନ କରିଛନ୍ତି । ହେଲେ ଏକକ ବହୁମତ ପାଇନଥିବା ଇମ୍ରାନଙ୍କୁ ମାତ ଦେଇ ସରକାର ଗଢିବା ଆଶାରେ ନଓ୍ବାଜ ସରିଫ । ନଓ୍ବାଜଙ୍କ ପାର୍ଟି PML-N ମାତ୍ର 71 ଆସନ ଜିତିଥିବା ବେଳେ ବିଲାଓ୍ବାଲ ଭୁଟ୍ଟୋ ଜର୍ଦ୍ଦାରୀଙ୍କ ପାର୍ଟି PPP ଓ ଅନ୍ୟ ସହଯୋଗୀ ଦଳଙ୍କ ସହ ମିଶି ସରକାର ଗଠନ କରିବାକୁ ସେମାନେ ପ୍ରୟାସ କରୁଛନ୍ତି । ଯାହାକୁ ନେଇ ଘୋଡ଼ା ବେପାରର ଆଶଙ୍କା ଦେଖାଦେଇଛି। ଅପରପକ୍ଷେ, ପାକିସ୍ତାନରେ ହୋଇଥିବା ଭୋଟିଂକୁ ଜାତୀୟ ସଂସ୍ଥା ପକ୍ଷରୁ ଅବୈଧ ବୋଲି କୁହାଯାଉଛି । ଫେବ୍ରୁଆରୀ 8 ତାରିଖରେ ହୋଇଥିବା ନିର୍ବାଚନରେ ଅନିୟମିତତା ହୋଇଥିବା US, UK ଏବଂ EU ପକ୍ଷରୁ କୁହାଯାଉଛି । ପାକିସ୍ତାନ ନିର୍ବାଚନ ଆୟୋଗ (ECP) ଫଳାଫଳ ଘୋଷଣା କରିବାକୁ ବହୁ ବିଳମ୍ବ କରିଥିଲେ । ଯାହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରଣରେ ଅନିଶ୍ଚିତତା ଦେଖା ଦେଇଥିଲା । ଏପରିକି ମୋବାଇଲ ଫୋନ ବ୍ୟାନ ଓ ଇଣ୍ଟରନେଟ୍ ସେବା ଆଦି ବ୍ୟାନକୁ ସମାଲୋଚନା କରାଯାଇଥିଲା।

Get real time updates directly on you device, subscribe now.