fbpx

କୃଷକମାନଙ୍କ ପାଇଁ ଆସିଲା ଖୁସିର ଖବର: ବର୍ଷା ଏବଂ ମୌସୂମୀକୁ ନେଇ ପାଣିପାଗ ବିଭାଗର ବଡ଼ ଅପଡେଟ

ନୂଆଦିଲ୍ଲୀ: ଦେଶର କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଚଳିତବର୍ଷ ଭାରତ କୃଷି କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ଯିବ ବୋଲି ଅନୁମାନ କରାଯାଉଛି । ଏ ନେଇ ଭବିଷ୍ୟବାଣୀ କରି ଏକ ବଡ଼ ଅପଡେଟ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଚଳିତବର୍ଷ ଦେଶରେ ଭଲ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ୨୦୨୪ ମସିହାରେ ଅଲ୍-ନିନୋ ସ୍ଥିତି ଦୁର୍ବଳ ରହିବ ବୋଲି ଆଇଏମଡି ଅନୁମାନ କରିଛି ।

ଗତବର୍ଷ ଅଲ୍-ନିନୋର ପ୍ରଭାବ କୃଷି କ୍ଷେତ୍ରରେ ମଧ୍ୟ ପରିଲକ୍ଷିତ ହୋଇଥିଲା । କିନ୍ତୁ ଚଳିତବର୍ଷ ଜୁନରେ ଅଲ-ନିନୋର ସ୍ଥିତି ଜୁନ ସୁଦ୍ଧା ଶେଷ ହୋଇଯିବ ବୋଲି ଅନୁମାନ କରାଯାଉଛି । ଘଟଣାକ୍ରମ ଉପରେ ନଜର ରଖିଥିବା ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ, ଜୁନ୍-ଅଗଷ୍ଟ ସୁଦ୍ଧା ଲା-ନିନା ସ୍ଥିତି ସୃଷ୍ଟି ହେବାର ଅର୍ଥ ଚଳିତବର୍ଷ ଦେଶରେ ଗତବର୍ଷ ଅପେକ୍ଷା ଭଲ ବର୍ଷା ହୋଇପାରେ । ତେବେ ‘ସ୍ପ୍ରିଙ୍ଗ ପ୍ରେଡିକ୍ଟିବିଲିଟି ବେରିୟର’ ଦର୍ଶାଇ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ପୂର୍ବ ସଚିବ ମାଧବନ୍ ରାଜୀବନ୍ କହିଛନ୍ତି ଯେ, ଜୁନ୍-ଜୁଲାଇ ପର୍ଯ୍ୟନ୍ତ ଲା-ନୀନା ବିକଶିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଦକ୍ଷିଣ-ପଶ୍ଚିମ ମୌସୂମୀ ଭାରତରେ ୧ ବର୍ଷରେ ହେଉଥିବା ବର୍ଷାର ପ୍ରାୟ ୭୦ ପ୍ରତିଶତ ଅଂଶ ହୋଇଥାଏ । ଏହା କୃଷିକ୍ଷେତ୍ର ପାଇଁ ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହା ଘରୋଇ ଉତ୍ପାଦର ପ୍ରାୟ ୧୪ ପ୍ରତିଶତ ହୋଇଥିବା ବେଳେ ଏହାର ୧.୪ ଜନସଂଖ୍ୟାର ଅଧାରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇଥାଏ । ଗତ ସପ୍ତାହରେ ଆମେରିକାର ଜାତୀୟ ମହାସାଗରୀୟ ଏବଂ ବାୟୁମଣ୍ଡଳ ପ୍ରଶାସନ (ଏନଓଏଏ) କହିଛି ଯେ, ଏପ୍ରିଲ୍-ଜୁନ୍ ସୁଦ୍ଧା ଏଲ୍ ନିନୋ ଇଏନଏସଓ ନିରପେକ୍ଷ ହେବାର ୭୯ ପ୍ରତିଶତ ସୁଯୋଗ ରହିଛି ଏବଂ ଜୁନ୍-ଅଗଷ୍ଟରେ ଲା ନିନା ବିକାଶ ହେବାର ୫୫ ପ୍ରତିଶତ ସୁଯୋଗ ରହିଛି।

Get real time updates directly on you device, subscribe now.