fbpx
BJD SKY
BJD SKY

PM Kisan Samman Nidhi: ଏସବୁ ନ କଲେ ଖାତାକୁ ଆସିବନି ଟଙ୍କା, ଜାଣନ୍ତୁ କରିବେ କ’ଣ?

BJD

ନୂଆଦିଲ୍ଲୀ: ଦେଶର କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଇଛି। ଆଉ କେନ୍ଦ୍ର ସରକାରଙ୍କ ଏହି ସମସ୍ତ ଯୋଜନା ମଧ୍ୟରୁ ସବୁଠାରୁ ବଡ ଯୋଜନା ହେଉଛି PM Kisan Samman Nidhi । ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ପ୍ରତିବର୍ଷ ଏହି ଯୋଜନା ଅଧୀନରେ କୃଷକମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ପଠାଯାଏ। ଏହି ରାଶି ୩ଟି କିସ୍ତିରେ କୃଷକ ଭାଇମାନଙ୍କ ଆକାଉଣ୍ଟକୁ ପଠାଯାଏ। ତେବେ ଏହି ପ୍ରଧାନମନ୍ତ୍ରୀ କିସାନ ସାମନ୍ ନିଧି ଯୋଜନା ଅଧୀନରେ ୧୫ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇସାରିଛି। ବର୍ତ୍ତମାନ କୃଷକମାନେ ଉତ୍ସାହର ସହିତ ନିଜର ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି।

ନିୟମ ଅନୁଯାୟୀ, ଏହାର ପ୍ରଥମ କିସ୍ତି ଏପ୍ରିଲରୁ ଜୁଲାଇ ମଧ୍ୟରେ, ଦ୍ୱିତୀୟ କିସ୍ତି ଅଗଷ୍ଟରୁ ନଭେମ୍ବର ମଧ୍ୟରେ ଏବଂ ତୃତୀୟ କିସ୍ତି ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ରିଲିଜ ହେବ। ତେବେ ଏପରି ପରିସ୍ଥିତିରେ ଚାଷୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି।

ସୂଚନା ଥାଉକି, ଅନିୟମିତତା ଏବଂ ଠକେଇକୁ ରୋକିବା ପାଇଁ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଏହି ଯୋଜନାରେ କିଛି ପରିବର୍ତ୍ତନ କରିଛନ୍ତି। ସେଥିମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି eKYC। ନିୟମ ଅନୁଯାୟୀ, ସମସ୍ତ ହିତାଧିକାରୀ ଚାଷୀଙ୍କ ପାଇଁ eKYC ବାଧ୍ୟତାମୂଳକ କରାଯାଇଛି, ଯଦି କୃଷକମାନେ ତାହା ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିର ଲାଭ ପାଇବେ ନାହିଁ। eKYC ବ୍ୟତୀତ କୃଷକମାନଙ୍କ ପାଇଁ ଜମି ଯାଞ୍ଚ ଏବଂ ଆଧାର ବ୍ୟାଙ୍କ ଆକାଉଣ୍ଟ ସହିତ ଲିଙ୍କ କରିବା ମଧ୍ୟ ବାଧ୍ୟତାମୂଳକ। ଯଦି କୃଷକମାନେ ଏହି ତିନୋଟି ପ୍ରମାଣପତ୍ରର କାର୍ଯ୍ୟ ସମାପ୍ତ ନ କରନ୍ତି ତେବେ ସେମାନେ ପରବର୍ତ୍ତୀ କିସ୍ତିରୁ ବଞ୍ଚିତ ହେବେ। ଏଣୁ ନିଜର କିସ୍ତି ପାଇବାକୁ ହେଲେ ଏହି ସବୁ ଅପଡେଟ କରାଇ ନିଅନ୍ତୁ।

Get real time updates directly on you device, subscribe now.