fbpx

କିଶୋରଙ୍କୁ ଟିକାକରଣ: ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

Advertisement

କିଶୋରଙ୍କ ଟିକାକରଣ ନେଇ ରହିଥିବା ଦ୍ୱନ୍ଦ୍ୱ ଦୂର କଲେ କେନ୍ଦ୍ର ସରକାର । ଗୁରୁବାର ୧୫ ରୁ ୧୮ ବର୍ଷ ବର୍ଗଙ୍କୁ ଟିକା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୨୦୦୫, ୨୦୦୬, ୨୦୦୭ ରେ ଜନ୍ମ ନେଇଥିବା ପିଲା ଟିକା ନେବେ । ୨୦୨୩ ସୁଦ୍ଧା ଯାହାକୁ ୧୫ ହୋଇଥିବ କିମ୍ବା ହେବ ସେମାନେ ଟିକା ନେଇପାରିବେ । ଏନେଇ ରାଜ୍ୟମାନଙ୍କୁ ଚିଠି ଲେଖିଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩ ତାରିଖରୁ ୧୫ରୁ ୧୮ ବର୍ଷ ବୟସ ବର୍ଗଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଥିଲେ । ଜାନୁଆରୀ ୧୦ ତାରିଖରୁ ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗରେ ପୀଡ଼ିତ ୬୦ ବର୍ଷ ବୟସରୁ ଉଦ୍ଧ୍ୱର୍ଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବ ।

Get real time updates directly on you device, subscribe now.