fbpx

କରୋନା ସଙ୍କଟ ମଧ୍ୟରେ ଏହି ଦେଶରେ ବ୍ୟାପୁଛି ଆଉ ଏକ ମହାମାରୀ, ୪ ମଲେଣି

Advertisement

କରୋନା ଭାଇରସ୍ ଯୋଗୁଁ ସାରା ବିଶ୍ୱରେ ହାହାକାର ସୃଷ୍ଟି ହୋଇଥିବା ବେଳେ ଆଉ ଏକ ଭୟଙ୍କର ମହାମାରୀ ବ୍ୟାପିବାରେ ଲାଗିଛି । କଙ୍ଗୋ ଦେଶରେ ଏହି ମହାମାରୀ ବ୍ୟାପୁଥିବା ବେଳେ ଏଥିରେ ପ୍ରାୟ ୪ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏଥିରେ ଆକ୍ରାନ୍ତ ହୋଇ ୨ ଜଣ ଏବେ ଚିକିତ୍ସିତ ହେଉଛନ୍ତି । କଙ୍ଗୋରେ ବ୍ୟାପୁଥିବା ଏହି ନୂଆ ମହାମାରୀ ବିଷୟରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ତେବେ କଙ୍ଗୋର ପଶ୍ଚିମ ଭାଗରେ ଥିବା ବାନ୍ଡାକା ସହରରେ ଇବୋଲା ମହାମାରୀ ବ୍ୟାପିବା ଆରମ୍ଭ ହୋଇଛି । ଏହି କାରଣରୁ ସେଠାରେ ଜଣଙ୍କର ମୃତ୍ୟୁ ଘଟିଛି । ୨୦୧୮ ପରେ ପୁଣି ଥରେ ଏହି ମହାମାରୀ ଦେଶର ଅନ୍ୟ ଅଞ୍ଚଳକୁ ଗ୍ରାସ କରିବାରେ ଲାଗିଲାଣି । ଏହାର୍ପୂବରୁ କେବଳ ପୂର୍ବ ଅଞ୍ଚଳ ଇବୋଲା ଦ୍ୱାରା ପ୍ରଭାବିତ ହୋଇଥିଲା । ଅନ୍ୟପଟେ କଙ୍ଗୋରେ ଇବୋଲୋ ଆକ୍ରାନ୍ତକୁ ନିଶ୍ଚିତ କରି ଏହାକୁ ନେଇ ଆଗକୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବ ବୋଲି କହିଛନ୍ତି WHOର ମୁଖ୍ୟ ଟେଡ୍ରୋସ୍ ।

Get real time updates directly on you device, subscribe now.