fbpx

ପିଏମଙ୍କ ଘର ସେଣ୍ଟ୍ରାଲ୍ ଭିଷ୍ଟାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ବଦଳରେ ଲୋକଙ୍କ ଜୀବନ ବଞ୍ଚାଅ: ପ୍ରିୟଙ୍କା ଗାନ୍ଧି

ନୂଆଦିଲ୍ଲୀ ୪।୫: କରୋନା ସମୟରେ ଅକ୍ସିଜେନ୍ ଏବଂ ଚିକିତ୍ସା ଅଭାବରେ ଏବେ ଅନେକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହାକୁ କେନ୍ଦ୍ର କରି କଂଗ୍ରେସ ପୁର୍ବରୁ ହିଁ ମୋଦୀ ସରକାରଙ୍କୁ ଟାର୍ଗେଟ କରି ଆସୁଥିଲା । ତେବେ ପୁଣି ଆଜି କଂଗ୍ରେସର ଗାନ୍ଧୀ ପରିବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଏଥର କିନ୍ତୁ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ତେବେ ଏହି ପ୍ରକଳ୍ପ ୧୩ ହଜାର କୋଟି ଟଙ୍କା ବ୍ୟୟରେ ପ୍ରଧାନମନ୍ତ୍ରୀଙ୍କ ଲାଗି ପ୍ରସାଦ ପ୍ରସ୍ତୁତ ହେଉଛି । ଦେଶରେ କୋଭିଡ ଦ୍ୱିତୀୟ ଲହର ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ହସ୍ପିଟାଲ ବେଡ୍, ଅକ୍ସିଜେନ ଏବଂ ଔଷଧ ମିଳୁ ନଥିବାରୁ ଅନେକ ଜୀବନ ଚାଲିଯାଉଛି । ଏଣୁ ବିପୁଳ ଅର୍ଥ ନିଜ ବିଳାସ ବ୍ୟସନ ବଦଳେ ପ୍ରଧାନମନ୍ତ୍ରୀ ଲୋକଙ୍କ ଜୀବନ ବଞ୍ଚାଇବାରେ ବିନିଯୋଗ କରନ୍ତୁ ବୋଲି ପ୍ରିୟଙ୍କା କହିଛନ୍ତି । ସେ କହିଛନ୍ତି ଯେ, ସରକାରଙ୍କ ଏପରି ବ୍ୟୟ ଜନତାଙ୍କୁ ଭିନ୍ନ ବାର୍ତ୍ତା ଦେଉଛି ଏବଂ ସରକାରଙ୍କ ପ୍ରାଥମିକତା କିଛି ଅନ୍ୟ ବିଷୟ ଆଡକୁ ଦର୍ଶାଉଥିବା ପ୍ରମାଣିତ ହେଉଥିବା ସେ ଉଲ୍ଲେଖ କରିଛନ୍ତି ।

 

ସୂଚନାଯୋଗ୍ୟ, ସେଣ୍ଟ୍ରାଲ ଭିଷ୍ଟା ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ନୂଆ ଆବାସ ଡିସେମ୍ବର ୨୦୨୨ ସୁଧା ସମ୍ପୂର୍ଣ୍ଣ ନିର୍ମିତ ହୋଇଯିବ ବୋଲି ସିପିଡବ୍ଲୁଡି ବିଶେଷଜ୍ଞ କମିଟିକୁ ସୂଚିତ କରିଛନ୍ତି । ଏହି ପ୍ରକଳ୍ପର ନିର୍ମାଣ ସିପିଡବ୍ଲୁଡି କରୁଛନ୍ତି । ପ୍ରକଳ୍ପର ସମ୍ପୂର୍ଣ୍ଣ ନିର୍ମାଣ କାର୍ୟ୍ୟ ୨୦୨୨ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ସିପିଡବ୍ଲୁଡି ବିଶେଷଜ୍ଞ ମୂଲ୍ୟାଙ୍କନ କମିଟିକୁ ଜଣାଇଛନ୍ତି । ଏଥିପାଇଁ ନିର୍ମାଣ ବ୍ୟୟ ବାବଦେ ୧୩ ହଜାର ୪୨୦ କୋଟି ଟଙ୍କା ବ୍ୟୟ ହେବ।

 

Get real time updates directly on you device, subscribe now.